fbpx

Drinik Virus ଆପଣଙ୍କର ସ୍କ୍ରିନ ରେକର୍ଡିଂ ଓ ଡାଟା ଚୋରି କରୁଛି: ଟାର୍ଗେଟରେ SBI ସମେତ ୧୮ଟି ବ୍ୟାଙ୍କ ଗ୍ରାହକ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ଡ୍ରିନିକ ଭାଇରସ ଦ୍ୱାରା ଗ୍ରାହକଙ୍କୁ ଟାର୍ଗେଟ କରାଯାଇ ସେମାନଙ୍କର ସ୍କ୍ରିନ ରେକର୍ଡିଂ କରାଯାଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସମେତ ୧୮ଟି ବ୍ୟାଙ୍କ ଗ୍ରାହକ ଏଥିରେ ଶିକାର ହେବାର ସମ୍ଭାବନା ରହିଛି । ଏହି ଭାଇରସ ଗ୍ରାହକଙ୍କ ଫୋନରେ ଫସିଯାଇ ସେମାନଙ୍କର ବ୍ୟାଙ୍କିଂ ଓ ଅନ୍ୟ ଡିଟେଲ୍ସ ଚୋରି କରି ନେଉଛି । ପୂର୍ବାପେକ୍ଷା ଏହି ଭାଇରସ୍ ଏବେ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଛି ।

ନିକଟରେ ଡ୍ରିନିକ ଆଣ୍ଡ୍ରଏଡ ଟ୍ରୋଜନର ଏକ ନୂଆ ଭର୍ସନ ଚିହ୍ନଟ କରାଯାଇଛି । ଏହ ଭର୍ସନ ୧୮ଟି ଭାରତୀୟ ବ୍ୟାଙ୍କ ଗ୍ରାହକଙ୍କୁ ଟାର୍ଗେଟ କରୁଛି । ଏହି ଟ୍ରୋଜନ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଓ ବ୍ୟାଙ୍କିଂ କ୍ରେଡେନସିଆଲ ଚୋରି କରି ନେଉଛି । ଡ୍ରିନିକ ଆଣ୍ଡ୍ରଏଡ ଟ୍ରୋଜନ ଭାରତରେ ୨୦୧୬ ଠାରୁ ସର୍କୁଲେଟ ହୋଇଆସୁଛି । ଏହାକୁ ବ୍ୟବହାର କରି ଏସଏମଏସ ଚୋରି କରାଯାଇଥାଏ । ୨୦୨୧ରେ ଏଥିରେ ବ୍ୟାଙ୍କିଂ ଟ୍ରୋଜାନ ସାମିଲ ହୋଇଥିଲା ।

ଏହି ଭାଇରସ ୨୭ଟି ବ୍ୟାଙ୍କିଂ ଇନଷ୍ଟିଚ୍ୟୁଟରୁ ୟୁଜର୍ସଙ୍କୁ ଟାର୍ଗେଟ କରୁଛି । ଡ୍ରିନିକ ଭାଇରସର ଏହି ର୍ଭସନ ୟୁଜର୍ସଙ୍କୁ ଫିଶିଂ ପେଜକୁ ନେଇଯାଇଥାଏ ଓ ୟୁଜର୍ସଙ୍କର ଡାଟା ଚୋରି କରି ନେଇଥାଏ । ଏହି ଭାଇରସକୁ ଯିଏ ପ୍ରସ୍ତୁତ କରିଛି ସେ ଏହାକୁ ଫୁଲ ଆଣ୍ଡ୍ରଏଡ ବ୍ୟାଙ୍କିଂ ଟୋଜନରେ ବିକଶିତ କରିଥିବା ଜଣାପଡ଼ିଛି । ଏବେ ଏହି ଭାଇରସ ୟୁଜର୍ସଙ୍କ ଫୋନରେ ପ୍ରବେଶ କରି ସ୍କ୍ରିନ ରେକର୍ଡିଂ, କି-ଲଗିଙ୍ଗ, ଆକ୍ସେସିବିଲିଟି ସର୍ଭିସେସ ଓ ଅନ୍ୟ ଡିଟେଲ୍ସ ଚୋରି କରିନେଉଛି । ଏହାର ଲାଟେଷ୍ଟ ଭର୍ସନ ଆଇଆସିଷ୍ଟ ନାମରେ ଏପିକେ ସହିତ ଆସିଥାଏ ।

Get real time updates directly on you device, subscribe now.