fbpx

ଚା’ ପିଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସହ ଦୃଷ୍ଟିଶକ୍ତି ହୋଇଥାଏ ବୃଦ୍ଧି

ସକାଳୁ ଉଠି ଚା’ ପିଇବା ପ୍ରାୟତଃ ସମସ୍ତଙ୍କର ଅଭ୍ୟାସ । ବିଶେଷ କରି ଭାରତୀୟଙ୍କ ଜୀବନଚର୍ଯ୍ୟାରେ ଚା’ର ସ୍ଥାନ ନିଶ୍ଚିତ ଭାବେ ଉଚ୍ଚରେ । ସକାଳର ଚା’ ବିନା କେତେକଙ୍କର ନିଦ ଛାଡ଼େ ନାହିଁ । ଚା’ ବିନା ଅନେକଙ୍କର ବି ଜୀବନ ଆରମ୍ଭ ହୁଏ ନାହିଁ । ଅତୀତରେ ଚା’ ସମ୍ଭ୍ରାନ୍ତ ପରିବାରର ପାନୀୟ ଥିଲା । ଏସବୁ ପରିବାରର ବିଳାସପ୍ରିୟ ଲୋକମାନେ ମୂଲ୍ୟବାନ୍ ଟ୍ରେ ଉପରେ ପୋର୍ସଲିନ୍ ଓ ଚାନ୍ଦିର କପରେ ଚା’ ପିଉଥିଲେ ।

ଏବେ ଗରିବରୁ କୋଟିପତି ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଚା’ ସୁଲଭ ପାନୀୟର ମାନ୍ୟତା ପାଇଛି । ସମ୍ଭାଷଣ, ସମ୍ମାନ ଓ ଶ୍ରଦ୍ଧା ପ୍ରଦର୍ଶନ ପାଇଁ ଚା’ ମଧ୍ୟ ଏକ ମାଧ୍ୟମ । ସକାଳୁ ହିଁ ମନ ଓ ଶରୀରକୁ ଚା’ ସତେଜ କରିଥାଏ । କାର୍ଯ୍ୟକ୍ଷେତ୍ରରେ କ୍ଲାନ୍ତ ଲାଗିଲେ, ପାଗ ଖରାପ ଯୋଗୁଁ ମୁଣ୍ଡ ଓଜନିଆ ଲାଗିଲେ, ଥଣ୍ଡା ସର୍ଦ୍ଦି ହେଲେ ମନ ସତେଜ ରହେନାହିଁ, ଚା’ ପିଇବାକୁ ଇଛାହୁଏ ।

ଚା’ ପିଇବା ଦ୍ୱାରା ଏକ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହେବା ସହ ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ । ନିୟମିତ ଚା’ ପିଇବା ଦ୍ୱାରା ହୃଦ୍ଘାତ ହେବାର ସମ୍ଭାବନା କମିଥାଏ । ୟୁଏନ ତଥ୍ୟ ଅନୁସାରେ ବିଶ୍ୱରେ ପାଣି ପରେ ଚା’ ହେଉଛି ଆବଶ୍ୟକୀୟ ପାନୀୟ । ଜୀବନକୁ ସତେଜ ଓ ଫୂର୍ତ୍ତି କରିଦିଏ କପେ ଚା’ । ଚା’ କେବଳ ଯେ ଏକ ପାନୀୟ ତାହା ନୁହେଁ, ଏହା ଆମ ସଂସ୍କୃତିର ଏକ ଅଙ୍ଗ ।

Get real time updates directly on you device, subscribe now.