fbpx

ମିଠା ଖାଇବା ପରେ ପାଣି ପିଇବା ଏତେ ଭୟଙ୍କର: ପେଟରେ ବିଷକ୍ରିୟା ସୃଷ୍ଟି ହେବ, ବ୍ଲଡ ଶୁଗର ସ୍ତର ବୃଦ୍ଧି ପାଇବ-ରିସର୍ଚ୍ଚ

ନୂଆଦିଲ୍ଲୀ: ଆମେ ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଏପରି ଅନେକ ଭୁଲ୍ କରିଥାଉ । ମାତ୍ର ଏହି ଭୁଲର ପରିଣାମ ଯେ କେତେ ଭୟଙ୍କର ହୋଇଥାଏ, ତାହା ଆମକୁ ଜଣାନଥାଏ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇ ଯାଇଥାନ୍ତି । ତେବେ ଏହା ଏକ ଖରାପ ଅଭ୍ୟାସ । ଏହା ଶରୀରରେ ବିଷକ୍ରିୟା ସୃଷ୍ଟି କରିଥାଏ । ନିକଟରେ ଆମେରିକାର ସୁରୀନାମର ବୈଜ୍ଞାନିକମାନେ ଏ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପର୍ଦ୍ଦାଫାଶ କରିଛନ୍ତି ।

ପାଣି ସହିତ ମିଠା ଓ ବିନା ପାଣିରେ ମିଠା ଖାଉଥିବା ଲୋକଙ୍କ ବ୍ଲଡ ଶୁଗର ସ୍ତରକୁ ବିଶ୍ଲେଷଣ କରାଯାଇଥିଲା । ତେବେ ଯେଉଁ ଲୋକମାନେ ପାଣି ସହିତ ମିଠା ଖାଇଥିଲେ ସେମାନଙ୍କର ବ୍ଲଡ ଶୁଗର ସ୍ତର ଅଧିକ ରହିଥିଲା । ଏକ ରିସର୍ଚ୍ଚ ମୁତାବକ, ଆପଣ ଯେତେ ଅଧିକ ପାଣି ପିଇଥାନ୍ତି, ସେହି ଅନୁପାତରେ କମ୍ ଶୁଗର ଓ ସାଚୁରେଟେଡ ଫ୍ୟାଟରେ ଭରପୁର ଖାଦ୍ୟ ପଦାର୍ଥ ଖାଇଥାନ୍ତି । ମାତ୍ର ଏବେ ନୂଆ ରିପୋର୍ଟ ମୁତାବକ, ଖାଇବା ପରେ ପାଣି ପିଇବା ଦ୍ୱାରା ବ୍ଲଡ ଶୁଗର ଲେବଲ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇପାରେ ।

ଏଣ୍ଟୋନ ଡି କମ ବିଶ୍ୱବିଦ୍ୟାଳୟର ପକ୍ଷରୁ କରାଯାଇଥିବା ରିସର୍ଚ୍ଚରେ କେବଳ ମିଠାକୁ ସାମିଲ କରାଯାଇଥିଲା । ମାତ୍ର ଅନ୍ୟ ଖାଦ୍ୟ ପଦାର୍ଥ ଉପରେ ମଧ୍ୟ ଏହା ଲାଗୁ ହେବ ବୋଲି କୁହାଯାଇଛି । ଏଥିରେ ୩୫ ଜଣ ଲୋକଙ୍କ ରକ୍ତ ଶର୍କରାର ସ୍ତରକୁ ପରୀକ୍ଷା କରାଯାଇଥିଲା । ତେବେ ମିଠା ଖାଇବା ପରେ ପାଣି ପିଇଥିବା ଲୋକଙ୍କ ରକ୍ତରେ ଗ୍ଲୁକୋଜ ସ୍ତର ଅନ୍ୟ ଲୋକଙ୍କ ତୁଳନାରେ ଦୁଇଗୁଣ ଅଧିକ ଥିବା ଜଣାପଡ଼ିଥିଲା । ମିଠାରେ ରହିଥିବା ଗ୍ଲୁକୋଜ ପେଟ ଦ୍ୱାରା ଖାଲି ହେବା ପାଇଁ ଲାଗୁଥିବା ସମୟକୁ ଧୀମା କରିଦେଇଥାଏ । ଫଳରେ ତରଳ ପଦାର୍ଥ ଅନ୍ତ ପର୍ଯ୍ୟନ୍ତ ପହଞ୍ଚି ପାରିନଥାଏ । ତେଣୁ ଆପଣଙ୍କୁ ଶୋଷ ଲାଗିଥାଏ । ଯଦି ଆପଣ ପାଣି ପିଅନ୍ତି ତେବେ ଶୋଷ ମେଣ୍ଟି ନଥାଏ ।

Get real time updates directly on you device, subscribe now.