fbpx

ଓଡ଼ିଶାରେ ବଢୁଛି ପାନୀୟ ଜଳ ସମସ୍ୟା: ରାଜ୍ୟର ୨୬ ଲକ୍ଷ ଘରକୁ ମିଳୁନି ପିଇବା ପାଣି

Advertisement

ଭୁବନେଶ୍ୱର: ଦିନକୁ ଦିନ ସାରା ରାଜ୍ୟରେ ପାନୀୟ ଜଳ ସଙ୍କଟ ବଢିବାରେ ଲାଗିଛି । ଓଡିଶା ସରକାରଙ୍କ ପକ୍ଷରୁ ୭୦%ରୁ ଅଧିକ ଘରକୁ ପାନୀୟ ଜଳ ଯୋଗାଣ କରାଯାଇଥିବା ବେଳେ ୨୬ଲକ୍ଷ ପରିବାର ଏହି ସୁବିଧାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହୋଇଛି । ଜଳସମ୍ପଦ ବିଭାଗ ତରଫରୁ ମେ’ ୭ ତାରିଖରେ ରାଜ୍ୟର ସବୁ ଜିଲ୍ଲାରୁ ଏହାର ତଥ୍ୟ ମଗାଯାଇଛି ।

ଖବର ଅନୁସାରେ, ଜଳ ସମ୍ପଦ ବିଭାଗ ସଚିବ ଆରତୀ ରାଉତ ଏ ସମ୍ପର୍କରେ ରାଜ୍ୟର ସମସ୍ତ ଗ୍ରାମ୍ୟ ଜଳ ଯୋଗାଣ ଏବଂ ଜନସ୍ୱାସ୍ଥ୍ୟ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଜଳନୀତି -୨୦୦୭ ଅନୁସାରେ ରାଜ୍ୟରେ ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ କୁହାଯାଇଛି । ମାତ୍ର ରାଜ୍ୟରେ ଜନସଂଖ୍ୟା ବହୁଳ ବୃଦ୍ଧି ହେଉଛି । ଏହାକୁ ଆଖି ଆଗରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଉଛି । ସେହି ତାଲିକାରେ କେଉଁ ଜିଲ୍ଲାରେ କେତେ ଜନସଂଖ୍ୟା ରହିଛି ଏବଂ ସେମାନଙ୍କ ଲାଗି କେତେ ପରିମାଣରେ ଜଳର ଆବଶ୍ୟକତା ରହିଛି ଇତ୍ୟାଦି ତଥ୍ୟ ରହିବ । ଏହାକୁ ନେଇ ଜିଲ୍ଲା ଗୁଡିକର ତାଲିକା ପ୍ରସ୍ତୁତ କରିବାରୁ ଜଳ ସମ୍ପଦ ବିଭାଗ ସଚିବ ପତ୍ର ଲେଖି ଅବଗତ କରିଛନ୍ତି ।

କିଛିଦିନ ପୂର୍ବେ ରାୟଗଡା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ହିଞ୍ଜିଳି ଭଳି ଦୁର୍ଗମ ଅଞ୍ଚଳରେ ପାନୀୟ ଜଳର ଏକ ଗୁରୁତର ସମସ୍ୟା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା । ଅନେକ ଅଞ୍ଚଳରେ ଲୋକମାନେ ପିଇବା ପାଣି ଲାଗି ମାଇଲ ମାଇଲ ବାଟ ଚାଲୁଛନ୍ତି । ଏହି ପରିସ୍ଥିତି ଦେଖି ସେଠାକାର କିଛି ଯୁବଗୋଷ୍ଠୀ ନିଜସ୍ୱ ଖର୍ଚ୍ଚରୁ ପାଇପ ଜରିଆରେ ପାନୀୟ ଜଳର ସୁବିଧା କରୁଥିବା ମଧ୍ୟ ଭିଡିଓ ମାଧ୍ୟମରେ ଦେଖାଯାଇଥିଲା । ଏହା ଲୋକଲୋଚନକୁ ଆସିବା ଫଳରେ ଖବର ପାଇ ଜଳ ସମ୍ପଦ ବିଭାଗ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.