fbpx
BJD
BJD SKY
BJD SKY

ଇ-ବାଇକ୍ କୁ ପଲ୍ୟୁସନ ଚାଲାଣ; ଲୋକେ କହିଲେ…   

BJD

ବର୍ତ୍ତମାନ ଦେଶରେ ଇଲେକ୍ଟ୍ରିକ୍ ବାହନର ବ୍ୟବହାର ବଢ଼ିଛି । ବଢ଼ୁଥିବା ତେଲ ଦରରୁ ମୁକ୍ତିପାଇବା ହେଉ କିମ୍ବା ବାୟୁ ପ୍ରଦୂଷଣକୁ କମାଇବା କ୍ଷେତ୍ରରେ ଏହାର ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଏହି ଇ-ବାଇକ ଗୁଡ଼ିକୁ ଚଳାଇବା ପାଇଁ ପଲ୍ୟୁସନ କିମ୍ବା କିଛି କାଗଜପତ୍ରର ଆବଶ୍ୟକ ନଥାଏ । କିନ୍ତୁ ଏହାରି ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଇଲେକ୍ଟ୍ରିକ୍ ସ୍କୁଟର ମାଲିକଙ୍କ ଉପରେ ପଲ୍ୟୁସନ ସାର୍ଟିଫିକେଟ୍ ନଥିବା କହି ଜରିମାନା ଲଗାଯାଇଛି ।

ଯାହାର ଫଟୋ ଏବେ ଫେସବୁକ୍ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଟ୍ରାଫିକ୍ ପୋଲିସ୍ ଦ୍ୱାରା ଜାରି କରାଯାଇଥିବା ବାହନ ଏବଂ ଇ-ଚାଲାଣର ଫଟୋ ସାମ୍ନାକୁ ଆସିଛି । ଚାଲାଣର ଫଟୋରୁ ଏହା ଜଣାପଡ଼ୁଛି ଯେ ଏହା ୬ ସେପ୍ଟେମ୍ବରରେ କେରଳର ମଲପ୍ପୁରମ ଜିଲ୍ଲାର ନିଲାଞ୍ଚୋରୀରେ ଜାରି କରାଯାଇଥିଲା । ୟୁଜର୍ସ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀଙ୍କୁ ଏହି ମାମଲାରେ ଧ୍ୟାନ ଦେବାକୁ ଅପିଲ୍ କରିଛନ୍ତି । କେରଳରେ ଟ୍ରାଫିକ୍ ପୋଲିସ୍ କାଟିଲା ଚାଲାଣ ପଲ୍ୟୁସନ ପାଇଁ ୨୫୦ ଟଙ୍କା ଫାଇନ୍ ଲଗାଯାଇଥିବାର ଦେଖାଯାଉଛି ।

Get real time updates directly on you device, subscribe now.