fbpx

OSSC ପକ୍ଷରୁ ବାହାରିଲା ୧୨୯ଟି ପଦବୀ, ସମସ୍ତ ଗ୍ରାଜୁଏଟ ଆବେଦନ କରିପାରିବେ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୧୨୯ଟି ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀମାନଙ୍କୁ ୱେଲଫେୟାର ଏକ୍ସଟେନସନ ଅଫିସର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଭଲ ଭାବେ ପଢ଼ି ଅନଲାଇନରେ ଆବେଦନ କରିବାକୁ ଅନୁରୋଧ ।

ଆସନ୍ତା ୧୩ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହେଉଥିବା ବେଳେ ଆସନ୍ତା ମାସ ୧୨ ପର୍ଯ୍ୟନ୍ତ ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏଥିସହିତ ସେମାନେ କଳା / ବିଜ୍ଞାନ / ବାଣିଜ୍ୟରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଦରକାର ।

ଅନଲାଇନ ଆପ୍ଲାଏ ଲିଙ୍କ: Available on (13.09.2022)

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/09/Notification-OSSC-Welfare-Extension-Officer-Notice.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx

Get real time updates directly on you device, subscribe now.