fbpx

Asia Cup-2022 ପରାଜୟକୁ ନେଇ ରାଗିଗଲେ ରାହୁଲ ଦ୍ରାବିଡ! କହିଲେ, ଓଭର ରିଆକ୍ଟର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ୨୦୨୧ ଟି-୨୦ ବିଶ୍ୱକପର ପରାଜୟକୁ ପୁଣି ଥରେ ଦେହରାଇଛି ଟିମ ଇଣ୍ଡିଆ । ଏସିଆ କପରେ ମଧ୍ୟ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିନି ରୋହିତ ସେନା । ବଡ ବଡ ଟୁର୍ଣ୍ଣାମେଣ୍ଟରେ ଲଗାତାର ଫ୍ଲପ୍ ହେବାରେ ଲାଗିଛି ଭାରତ । ଯାହାକୁ ନେଇ ଆଲୋଚନା ଏବେ ବଢିବାରେ ଲାଗିଛି । ଏମିତିକି ଦଳର ମୁଖ୍ୟ ହେଡ କୋଚ ରାହୁଲ ଦ୍ରାବିଡଙ୍କ ବିଭିନ୍ନ ଏକ୍ସପେରିମେଣ୍ଟକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ହେଡ କୋଚ ।

ଏହାକୁ ନେଇ ରାହୁଲ ଦ୍ରାବିଡ ସାମାନ୍ୟ କ୍ରୋଧିତ ଥିବା ଦେଖାଯାଇଛି । ତେବେ ଲୋକଙ୍କ ପ୍ରତିକ୍ରିୟାକୁ ନେଇ ଉତ୍ତର ରଖିଛନ୍ତି ରାହୁଲ ଦ୍ରାବିଡ । ସେ କହିଛନ୍ତି ଯେ, କେବଳ ଟିମ ଏବଂ ଅଧିନାୟକଙ୍କୁ ସପୋର୍ଟ କରିବା ମୋ କାମ । ଦଳର ସଦସ୍ୟମାନଙ୍କ ନିକଟରୁ ଭଲ ପ୍ରଦର୍ଶନ କରାଇବା ହେଉଛି ଆମର କାର୍ଯ୍ୟ । କିନ୍ତୁ ମଇଦାନ ଭିତରେ ଥିବା ବେଳେ ଖେଳାଳି ଏବଂ ଅଧିନାୟକଙ୍କ ଭିତରେ ହିଁ ପ୍ଲାନ କରିବାର ଦାୟିତ୍ୱ ରହିଥାଏ । ତେବେ ରୋହିତ ଶର୍ମା ଜଣେ ରିଲାକ୍ସ କ୍ୟାପଟେନ ଏବଂ ତାଙ୍କର ଦଳ ଭିତରେ ଖୁବ ଭଲ ମାହୋଲ ମଧ୍ୟ ରହିଥାଏ । ଆମେ ପ୍ରଥମ ୨ଟି ମ୍ୟାଚ ଜିତିବାର ଅର୍ଥ ଭଲ ଟିମ ଏବଂ ଦୁଇଟି ମ୍ୟାଚ ହାରିଗଲେ ଆମ ଦଳ ଖରାପ ବୋଲି କୁହାଯାଇ ପାରିବ ନାହିଁ ।

ତେବେ ଦଳରେ ମାହୋଲ ଖୁବ ଭଲ ରହିଛି । ତେଣୁ ଏହାକୁ ଖରାପ କରିବା ପାଇଁ ଆମେ ଚାହୁଁନାହୁଁ । ଦଳର କୋଚ ଭାର ନେବା ପରେ ରାହୁଲ ଦ୍ରାବିଡ ବିଭିନ୍ନ ପ୍ରକାର ଏକ୍ସପେରିମେଣ୍ଟ କରିଚାଲିଛନ୍ତି । ଅନେକ ସମୟରେ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବା ସହ ବିଭିନ୍ନ ସିରିଜରେ ଅଧିନାୟକ ମଧ୍ୟ ପରିବର୍ତ୍ତନ ହେଉଛି । ତେବେ ତାଙ୍କର ଏହି ରଣନୀତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.