fbpx

ବିନା ଚାଳକରେ ଗଡିଲା ଟ୍ରେନ୍

ନୂଆଦିଲ୍ଲୀ,୨୮ ।୧୨: ନୂଆ ଦିଲ୍ଲୀ ମେଟ୍ରୋର ମାଜେଣ୍ଡା ଲାଇନରେ ଗଡିଲା ଚାଳକ ବିହୀନ ଟ୍ରେନ୍ । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ପର୍ଯ୍ୟାୟରେ, ଚାଳକ ବିହୀନ ଟ୍ରେନ୍ ଜନକପୁର ୱେଷ୍ଟରୁ ବଟାନିକାଲ ଗାର୍ଡେନ ମଧ୍ୟରେ ଚଳାଚଳ କରିବ । ଏହା ପରେ ଏହା ସମ୍ପ୍ରସାରିତ ହେବ । ୩୭ କିଲୋମିଟର ଗଡିବ ଏହି ଚାଳକ ବିହୀନ ଟ୍ରେନ୍ । ତେବେ ଚାଳକ ବିହୀନ ମେଟ୍ରୋ ଟ୍ରେନକୁ ସବୁଜ ସଙ୍କେତ ଦେଇ ମୋଦୀ କହିଛନ୍ତି ଯେ, ୨୦୨୫ ସୁଦ୍ଧା ଦେଶର ପ୍ରାୟ ୨୫ଟି ସହରରେ ମେଟ୍ରୋ ଚଳାଇବାକୁ ଯୋଜନା ରହିଛି ।

Get real time updates directly on you device, subscribe now.