fbpx

ସରଳୀକରଣ ହେଲା ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା, ୪୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ବଦଳିଲା ନିୟମ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି। ପରିବହନ ବିଭାଗ ଏଥିପାଇଁ ଡିଏଲ୍‍ ଓ ଏଲ୍‍ଏଲ୍‍ ସେବା ପାଇଁ ଆଧାର ଇଣ୍ଟିଗ୍ରେଟେଡ୍‍ ଫେସ୍‍ଲେସ୍‍ ସେବା ଆରମ୍ଭ କରିବ। ଏହି ବ୍ୟବସ୍ଥା ଜରିଆରେ ଡାକ୍ତରୀ ପ୍ରମାଣପତ୍ରର ଅନ୍‍ଲାଇନ୍‍ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଥିବା କିମ୍ବା ନବୀକରଣ କରିବାକୁ ଚାହୁଁଥିବା ୪୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ମେଡ଼ିକାଲ ପ୍ରମାଣପତ୍ର ବାଧ୍ୟତାମୂଳକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଡାକ୍ତରମାନେ ଯେପରି ପରିବହନ ବିଭାଗକୁ ନ ଆସି ନିଜର ନାମ ପଞ୍ଜୀକରଣ କରିପାରିବେ, ଏଥିପାଇଁ ସାରଥୀ ପୋର୍ଟାଲରେ ସୁବିଧା ଉପଳବ୍ଧ କରାଯାଇଛି। ଏହି ପୋର୍ଟାଲ ଦ୍ୱାରା ପଞ୍ଜିକୃତ ଡାକ୍ତରମାନେ ମେଡ଼ିକାଲ ସାର୍ଟିଫିକେଟ୍‍ ସିଧାସଳଖ ଦେଇପାରିବେ। ଫଳରେ ମେଡ଼ିକାଲ ସାର୍ଟିଫିକେଟ୍‍ ଦାଖଲ ପ୍ରକ୍ରିୟା ଏବଂ ମାନୁଆଲ୍‍ ମାଧ୍ୟମରେ ଯାଞ୍ଚରେ ସମୟର ଅପଚୟକୁ ଦୂର କରାଯାଇ ପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏମ୍‍ବିବିଏସ୍‍ ଡିଗ୍ରୀ କିମ୍ବା ତଦୁର୍ଦ୍ଧ୍ୱ ଡିଗ୍ରୀଧାରୀ ଡାକ୍ତର ପୋର୍ଟାଲରେ ପଞ୍ଜୀକରଣ କରିପାରିବେ, ଯାହାକି ସଂପୂର୍ଣ୍ଣ ଦେୟମୁକ୍ତ ରହିବ।

 

Get real time updates directly on you device, subscribe now.