fbpx
BJD SKY
BJD SKY

ଏହି ୪ ରୋଗ ଥିଲେ ଭୁଲରେ ଖାଆନ୍ତୁ ନାହିଁ କନ୍ଦମୂଳ: ନଚେତ୍ ମହଙ୍ଗା ପଡ଼ିବ ମେଡିକାଲ ବିଲ୍

BJD

ଶୀତଋତୁରେ ବଜାରରେ କନ୍ଦମୂଳର ବିକ୍ରି ବଢ଼ିବାରେ ଲାଗିଥାଏ । ଏଥିରୁ ପ୍ରୋଟିନ୍, ଭିଟାମିନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ସହିତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯଦି ଜଣେ ବ୍ୟକ୍ତି ମୋଟାପଣ, ଶ୍ୱାସକ୍ରିୟା କିମ୍ବା ପେଟ ଘା’ରେ ପୀଡିତ, ତେବେ କନ୍ଦମୂଳ ତାଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, କନ୍ଦମୂଳକୁ ସିଜାଇ ଖାଇବା ଦ୍ୱାରା ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । କିନ୍ତୁ ଏଠାରେ ଉଲ୍ଲେଖ କରାଯାଇଥିବା ରୋଗରେ ପୀଡିତ ଲୋକମାନେ କନ୍ଦମୂଳଠାରୁ ଦୂରେଇ ରହିବା ଉଚିତ୍, ନଚେତ୍ ଏହା ଆପଣଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେବ ।

ଏହି ରୋଗରେ କନ୍ଦମୂଳଠାରୁ ଦୂରେଇ ରୁହନ୍ତୁ :-
– ଯଦି ଜଣେ ବ୍ୟକ୍ତିଙ୍କଠାରେ କିଡନୀ ଷ୍ଟୋନ ସମସ୍ୟା ରହିଛି, ତେବେ ସେ କନ୍ଦମୂଳଠାରୁ ଦୂରେଇ ରହିବା ଉଚିତ୍ । କନ୍ଦମୂଳରେ ଅକ୍ସାଲେଟର ପରିମାଣ ବହୁତ ଅଧିକ ଥାଏ, ଯାହା କିଡନୀ ଷ୍ଟୋନର ସମସ୍ୟାକୁ ବଢ଼ାଇଥାଏ, କାରଣ ଏଥିରେ ଥିବା ଅକ୍ସାଲେଟ୍ ଷ୍ଟୋନ ଉପରେ ଥଣ୍ଡା ହେବା ଆରମ୍ଭ କରିଦିଏ ଏବଂ ସମସ୍ୟା ବଢ଼ିବାରେ ଲାଗେ ।

– ଯଦି ଜଣେ ବ୍ୟକ୍ତି ହୃଦରୋଗରେ ପୀଡିତ, ତେବେ ସେ କନ୍ଦମୂଳ ଖାଇବାରୁ ଦୂରେଇ ରହିବା ଉଚିତ । କାରଣ ଏଥିରେ ପୋଟାସିୟମ ଅଧିକ ମାତ୍ରାରେ ମିଳିଥାଏ, ଯେଉଁ କାରଣରୁ ହାଇପରକାଲେମିଆର ଆଶଙ୍କା ବଢ଼ିଥାଏ ।

-ସୁଗାର ରୋଗୀମାନେ ମଧ୍ୟ କନ୍ଦମୂଳ ଖାଇବା ଠାରୁ ଦୂରେଇ ରହିବା ଉଚିତ । କାରଣ ଏହାର ସେବନ ଦ୍ୱାରା ଶରୀରରେ ବ୍ଲଡ ସୁଗାର ଲେବଳ ବଢ଼ିଯାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଭାରତରେ ପ୍ରାୟ ୭ କୋଟି ଲୋକଙ୍କର ସୁଗାର ସମସ୍ୟା ରହିଛି ।

– ଯଦି ଆପଣ ପେଟ ଜନିତ ସମସ୍ୟାରେ ପୀଡିତ ଅଛନ୍ତି, ତେବେ କନ୍ଦମୂଳଠାରୁ ରୂରେଇ ରୁହନ୍ତି । ପେଟ ରୋଗ ସମୟରେ ଏହାକୁ ଖାଇବା ଦ୍ୱାରା ଡାଇରିଆ, ପେଟ ଯନ୍ତ୍ରଣା ଏବଂ ଫୁଲିବା ସମସ୍ୟା ବଢ଼ିଯାଏ ।

Get real time updates directly on you device, subscribe now.