fbpx
BSKY SKY
BSKY SKY

PF Balance ଚେକ୍ କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ, ୨ ମିନିଟରେ ରେଜଲ୍ଟ

BSKY

ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା ହେଉଛି EPF । ଏହି ଯୋଜନା ମାଧ୍ୟମରେ ଚାକିରିଆ ଲୋକଙ୍କ ସଞ୍ଚୟକୁ ବୃଦ୍ଧି କରାଯାଇଥାଏ । ଏଥି ସହିତ ଇପିଏଫ ଆକାଉଣ୍ଟରେ ଲୋକଙ୍କୁ ସୁଧ ଦିଆଯାଏ । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO) ପ୍ରୋଭିଡେଣ୍ଟ ଫଣ୍ଡ (PF) ଆକାଉଣ୍ଟରେ ସୁଧ ଜମା କରେ । ୨୦୨୧-୨୨ଆର୍ଥିକ ବର୍ଷ ପାଇଁ ପିଏଫ୍ ଆକାଉଣ୍ଟରେ ନିବେଶ ଉପରେ ସୁଧ ହାର ୮.୧% ରହିଛି । ଇପିଏଫଓର CBT ମାଧ୍ୟମରେ ଅର୍ଥ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ପିଫର ସୁଧ ହାର ପ୍ରତିବର୍ଷ ସ୍ଥିର କରାଯାଇଥାଏ । ଏହି ବର୍ଷ ଜୁନ୍ ମାସରେ ଇପିଏଫଓ ଦ୍ୱାରା ସୁଧ ହାର ଘୋଷଣା କରାଯାଇଥିଲା ।

ଥରେ ସୁଧ ଜମା ହୋଇଗଲେ, ବ୍ୟକ୍ତି ତାଙ୍କ ପିଏଫ୍ ଆକାଉଣ୍ଟରେ ସୁଧ ପରିମାଣ ଦେଖିପାରିବେ । ଏହା ସହିତ ତାଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ଜମା ହୋଇଥିବା ରାଶି ମଧ୍ୟ ଚେକ୍ କରାଯାଇପାରିବ । ପିଏଫ୍ ଆକାଉଣ୍ଟ ବାଲାନ୍ସ ଅନେକ ଉପାୟରେ ଯାଞ୍ଚ କରାଯାଇପାରିବେ । ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ପରିମାଣ ଅନଲାଇନ୍ କିମ୍ବା ମେସେଜ୍ ମାଧ୍ୟମରେ ଚେକ୍ କରାଯାଇପାରିବେ, ଆସନ୍ତୁ ଜାଣିବା କିପରି…

– ଯଦି ଆପଣ SMS ମାଧ୍ୟମରେ ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ପରିମାଣ ଯାଞ୍ଚ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ EPFOHO UAN ENG ଲେଖି ୭୭୩୮୨୯୯୮୯୯ କୁ SMS ପଠାଇବାକୁ ପଡିବ ।
– SMSରେ ଲେଖାଯାଇଥିବା ଶେଷ ତିନୋଟି ଅକ୍ଷର ଆପଣଙ୍କ ପସନ୍ଦିତ ଭାଷାକୁ ସୂଚିତ କରେ । ଏଠାରେ ENGର ଅର୍ଥ ହେଉଛି ଇଂରାଜୀ । ଆପଣ ସମୁଦାୟ ୧୦ ଟି ଭାଷା ଯେପରିକି ଇଂରାଜୀ, ହିନ୍ଦୀ, ତାମିଲ, ମରାଠୀ, ବଙ୍ଗାଳୀ, କନ୍ନଡ, ପଞ୍ଜାବୀ, ତେଲୁଗୁ, ମାଲାୟାଲମ୍ ଏବଂ ଗୁଜୁରାଟୀରୁ ବାଛିପାରିବେ ।
-ଏଥିରେ ହିନ୍ଦୀ ପାଇଁ HIN, ପଞ୍ଜାବୀ ପାଇଁ PUN, ଗୁଜୁରାଟୀ ପାଇଁ GUJ, ମରାଠୀ ପାଇଁ MAR, କନ୍ନଡ ପାଇଁ KAN, ତେଲୁଗୁ ପାଇଁ TEL, ତାମିଲ ପାଇଁ TAM, ମାଲାୟାଲମ୍ ପାଇଁ MAL ଏବଂ ବଙ୍ଗାଳୀ ପାଇଁ BEN ଲେଖି ପଠାଇବାକୁ ପଡିବ ।
-SMS ସେହି ମୋବାଇଲ ନମ୍ବରରୁ ପଠାଇବାକୁ ପଡ଼ିବ, ଯାହା ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (UAN) ରେ ପଞ୍ଜିକୃତ ।
-ଇପିଏଫଓ ଆପଣଙ୍କର ଶେଷ ପିଏଫ୍ ଅଂଶଦାନ, ଶେଷ ବିବରଣୀ ଏବଂ ଉପଲବ୍ଧ କେୟାଇସିର ସୂଚନା ଆପଣଙ୍କ ମୋବାଇଲ ନମ୍ବରରେ ଏକ SMS ମାଧ୍ୟମରେ ପଠାଇବ ।

Get real time updates directly on you device, subscribe now.