ଦେବସ୍ନାନ ପୂର୍ଣ୍ଣିମାରେ ବଡ଼ ଦେଉଳ ଉପରେ ଉଡ଼ିଲା ଡ୍ରୋନ୍

ନୀଳଚକ୍ରରେ ଧ୍ୱଜା ବନ୍ଧା ବେଳେ ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍।

ପୁରୀ:  ପୁଣି ଅମାନିଆଙ୍କ ମନମାନି। ବାରମ୍ୱାର ବାରଣ ସତ୍ତ୍ୱେ ପୁରୀ ଶ୍ରୀମନ୍ଦିର ଉପରେ ଉଡୁଛି ଡ୍ରୋନ୍। ଆଜି ପୁଣି ନୀଳଚକ୍ର ଉପରେ ଉଡ଼ିଛି ଡ୍ରୋନ୍। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ବଡ଼ଦେଉଳ ଉପରେ ଉଡ଼ାଇଲେ ଡ୍ରୋନ୍।

ନୀଳଚକ୍ରରେ ଧ୍ୱଜା ବନ୍ଧା ବେଳେ ଉଡ଼ିଲା ଡ୍ରୋନ୍। ସମସ୍ତ ପ୍ରକାର ବାରଣ ସତ୍ତ୍ୱେ ଡ୍ରୋନ୍ କିପରି ଉଡ଼ିଲା ତାହା ଏବେଯାଏଁ ସ୍ପଷ୍ଟ ହୋଇନି। ଏନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ୱା ପୋଲିସ ସ୍ପଷ୍ଟ କରିନି। ହେଲେ ବାରମ୍ୱାର କାହିଁକି ଏପରି ଘଟୁଛି, କାହିଁକି ଡ୍ରୋନ ଉଡ଼ାଣକୁ ରୋକାଯାଇପାରୁନାହିଁ ତାହା ଜଣାପଡିନି।