fbpx
BJD SKY
BJD SKY

(video)ବିଦେଶୀ ଗୀତରେ ଦେଶୀ ଡାନ୍ସର ତଡକା: ଡେଇଁ ଡେଇଁ ନାଚୁଛନ୍ତି ଡ୍ରମର, ଭିଡିଓ ଭାଇରାଲ

BJD

ନୂଆଦିଲ୍ଲୀ: ଭାରତରେ ଟିକଟକ୍ ବ୍ୟାନ ହେବା ପରେ ଏବେ ଇନଷ୍ଟାଗ୍ରାମ ପାଲଟିଛି ଲୋକଙ୍କ ଏଣ୍ଟରଟେନମେଣ୍ଟର ନୂଆ ଆଡ୍ଡା । ନୂଆ ନୂଆ ଭିଡିଓ ଆଉ ରିଲ୍ସ କରି ଭାଇରାଲ ହେଉଛନ୍ତି ୟୁଜର୍ସ । କେହି ଗୀତ ଗାଇ ତ କେହି ଶାୟରୀ କହି ଲାଇକ ପାଉଛି ତ ଆଉ କିଏ ଡାନ୍ସ କରି ପୁଣି ଆଉ କିଏ କମେଡି କରି ଲୋକଙ୍କ ମନରେ ଜାଗା ପାଇ ପାରୁଛନ୍ତି । ସମସ୍ତେ ଭାଇରାଲ ହେବା ପାଇଁ କିଛି କିଛି ନା କିଛି ନୂଆ କରି ଚାଲିଛନ୍ତି । ସେହିଭଳି କିଛି ନୂଆ ଦେକିବାକୁ ମିଳିଛି ଏହି ଭାଇରାଲ ଇନଷ୍ଟାଗ୍ରାମ ଭିଡିଓରେ । ତେବେ ଏଥିରେ ନୂଆ ହେଉଛି ଡାନ୍ସ ଷ୍ଟାଇଲ । ବିଦେଶୀ ବିଟ୍ ରେ କିଛି ନୂଆ ଦେଶୀ ଠୁମକା ଦେଉଛନ୍ତି ଜଣେ ଡ୍ରମ ବାଦକ ।

ବାବାରେ ଡାନ୍ସ । ଭାଇ ୟାକୁ ହିଁ କହିବ ଡାନ୍ସର ତଡକା । ବିଦେଶୀ ବିଟ୍ରେ ଦେଶୀ ଠୁମକା । ଓଃ ଭାଇ ମଜା ଆସିଗଲା । ଦେଶୀ ଡାନ୍ସରେ ଟିକିଏ ମସାଲା ପକାଇ ଟିକିଏ କଷି ଦେଲା ପରେ ବାହାରେ ଏହି ପ୍ରଡକ୍ସନ । ଭାଇ କି ଏନର୍ଜୀ କି ରେ! ଖାଲି ଡେଇଁ ଡେଇଁ କି ନାଚ ହେଉଛି । ଯେମିତି ଲାଗୁଛି ପାର୍ଟି ଭିତରେ ଏତେ ଲୋକ ଥିଲେ ବି କେବଳ ଏହି ଲୋକ ହିଁ ପାର୍ଟିକୁ ଏଞ୍ଜୟ କରିଛନ୍ତି । ଏମିତି ନାଚ ହେଲା ଯେ, କାନାଡାର ସିଙ୍ଗର ଜଷ୍ଟିନ ବିବର ବି ୟାକୁ ଦେଖି ନିଜକୁ ଆଉ ସମ୍ଭାଳି ପାରିଲେନି । ସେ ବି ୟାକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି ଦେଇଛନ୍ତି । ଥରେ ଆପଣ ବି ଦେଖି ନିଅନ୍ତୁ ଡିଆଁ ରୋଗକୁ…… ମାନେ ଡିଆଁ ନାଚ ମାନେ ଏ ଭାଇଙ୍କ ଭାଇରାଲ ଦେଶୀ ଠୁମକା ।

ଏ ହେଉଛନ୍ତି କାନାଡା ସିଙ୍ଗର ଜଷ୍ଟିନ ବିବରଙ୍କ ସହ ଏକ ଶୋ କରୁଥିବା ଡ୍ରମର । ଆଉ ପ୍ରକୃତରେ ଏଇଟା ତାଙ୍କର ଡାନ୍ସ ନୁହେଁ, ଡ୍ରମ ବଜାଇବାର ଆଉ ଗୋଟିଏ ନୂଆ ଫର୍ମୁଲା । ନୂଆ ଷ୍ଟାଇଲରେ ନୂଆ ଅନ୍ଦାଜରେ ଡ୍ରମ ବଜାଇ ସମସ୍ତଙ୍କ ପାଇଁ ସେ ସାଜିଛନ୍ତି ପାର୍ଟିର ପ୍ରୋଟିନ । ସମସ୍ତଙ୍କୁ ତାଙ୍କର ଏହି ଅନ୍ଦାଜ ପସନ୍ଦ ତ ଆସିଥିବା ନିଶ୍ଚୟ ତା ସହିତ ଦେହରେ ନୂଆ ଏନର୍ଜୀ ଭରି ଦେଉଥିବା ଡ୍ରମର ଭାଇଙ୍କ ଏହି ନୂଆ ଅନ୍ଦାଜ ।

ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କାନାଡା ସିଙ୍ଗର ଜଷ୍ଟିନ ବିବର ନିଜ ଡ୍ରମର ବନ୍ଧୁ ଡେଭାନ ଟେଲରଙ୍କୁ ଟ୍ୟାଗ କରିଛନ୍ତି । ତେବେ ରଙ୍ଗିଲେ ହରିୟାଣୱି ନମକ ଜଣେ ୟୁଜର ଏହି ଭିହିଓକୁ ସେୟାର କରିଛନ୍ତି । ତେବେ ସୋସିଆଲ ମିଡିଆରେ ଅପଲୋଡ ହେଉ ହେଉ ଏହା ଭାଇରାଲ ହେବା ଆରମ୍ଭ ହୋଇଯାଇଥିଲା । ସେପଟେ ବିବର ଏହି ଭିଡିଓକୁ ପୋଷ୍ଟ କରିବା ବେଳେ ଟେଲରଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ, ମୁଁ ଆପଣଙ୍କ ସହ ଆଉ ଏକ ଶୋ’ କରିବା ପାଇଁ ଉତ୍ସାହିତ ରହିଛି ।

ଭିଡିଓରେ ଅନେକ ଲୋକ ନାଚୁଥିବାର ଦେଖାଯାଇଛି । ତେବେ ଏହି ଭିଡିଓ ‘ମାତାଙ୍କ ଜଗରାତେ’ ଉତ୍ସବର ବୋଲି ଜଣାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଥିବା ବେଳେ ଲୋକମାନେ ଏହାର ଭରପୂର ମଜା ଉଠାଇଛନ୍ତି । ଭିଡିଓକୁ ଅନେକ ଲୋକ ଦେଖି ସାରିଛନ୍ତି, ଅନେକ ଲୋକ ପସନ୍ଦ ମଧ୍ୟ କରିଛନ୍ତି । କିନ୍ତୁ ସେମାନଙ୍କ କମେରିଆକ୍ସନ ବି କିଛି କମ୍ ନାହିଁ ।

Get real time updates directly on you device, subscribe now.