fbpx
BJD SKY
BJD SKY

ACP / Inspector ଓ SI ସ୍ତରରେ ଅଦଳବଦଳ, ବଦଳିଲେ କମିଶନରେଟ୍ ପୋଲିସର ୩୧ ଜଣ ଅଧିକାରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ଭୁବନେଶ୍ୱର-କଟକର ଇନ୍ସପେକ୍ଟର ଓ ସବ୍-ଇନ୍ସପେକ୍ଟରରେ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ୩୧ ଜଣ ପୋଲିସ ଅଧିକାରୀଙ୍କୁ ନୂଆ ସ୍ଥାନକୁ ଟ୍ରାନ୍ସଫର କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଶୁଭନାରାୟଣ ମୁଦୁଲି ଏସିପି, ଜୋନ-୪, ଭୁବନେଶ୍ୱର ୟୁପିଡିକୁ ଟ୍ରାନ୍ସଫର ହୋଇଛନ୍ତି । ସେହିପରି ପରେଶ ଚନ୍ଦ୍ର ରାଉତ ସିପି ହେଡକ୍ୱାର୍ଟର ଭୁବନେଶ୍ୱରକୁ, ଅରୁଣ କୁମାର ସ୍ୱାଇଁ ଏସିପି, ଜୋନ-୧ କଟକ ୟୁପିଡିକୁ, ଅମିତାଭ ମହାପାତ୍ର ଏସିପି, ଆଇୟୁସିଏଡବ୍ଲ୍ୟୁ, କଟକ ୟୁପିଡିକୁ, ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଇନଚାର୍ଜ ସ୍ପେଶାଲ କ୍ରାଇମ ୟୁନିଟ୍, ସିପି, ହେଡକ୍ୱାର୍ଟର ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ବିଶ୍ୱରଞ୍ଜନ ସେନାପତିଙ୍କୁ ସ୍ପେଶାଲ କ୍ରାଇମ ୟୁନିଟ, ସିପି, ହେଡକ୍ୱାର୍ଟର, ଭୁବନେଶ୍ୱରକୁ, ପ୍ରଦୀପ କୁମାର ରାଉତଙ୍କୁ ଆଇୟୁସିଏଡବ୍ଲ୍ୟୁ, ଭୁବନେଶ୍ୱର ୟୁପିଡିକୁ ସ୍ଥାନାନ୍ତର କରାଯାଇଛି । ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନଙ୍କୁ କ୍ୟାପିଟାଲ ଥାନାର ଆଇଆଇସି, ଇନ୍ସପେକ୍ଟର ଦୟାନିଧି ନାୟକଙ୍କୁ ଖଣ୍ଡଗିରି ଥାନାର ଆଇଆଇସି, ଇନ୍ସପେକ୍ଟର ତୃପ୍ତି ରଞ୍ଜନ ନାୟକଙ୍କୁ ନନ୍ଦନକାନନ ଥାନା ଆଇଆଇସି ଭାବେ ଟ୍ରାନ୍ସଫର କରାଯାଇଛି ।

ସେହିପରି ଇନ୍ସପେକ୍ଟର ବିଶ୍ୱରଞ୍ଜନ ନାୟକ, ଇନ୍ସପେକ୍ଟର ସୌମ୍ୟକାନ୍ତ ବଳିୟାରସିଂହ, ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ମାଝି, ଇନ୍ସପେକ୍ଟର ରଜନୀକାନ୍ତ ମିଶ୍ର, ଇନ୍ସପେକ୍ଟର ବିଜୟ କୁମାର ବାରିକ, ଇନ୍ସପେକ୍ଟର ସୁଚିତ୍ରା ପରିଡ଼ା, ଇନ୍ସପେକ୍ଟର ସନ୍ଧ୍ୟାରାଣୀ ସିଂହ, ଇନ୍ସପେକ୍ଟର ସୁଧାଂସୁ ଭୂଷଣ ଜେନା, ଇନ୍ସପେକ୍ଟର ଦୁର୍ଗେଶ୍ୱରୀ ପ୍ରଧାନ, ଇନ୍ସପେକ୍ଟର ଗିରିଶ ଚନ୍ଦ୍ର ମହାରଣା, ଇନ୍ସପେକ୍ଟର ଅନିତା ସାହୁ, ଇନ୍ସପେକ୍ଟର ରଶ୍ମୀ ରଞ୍ଜନ ମହାପାତ୍ର, ଇନ୍ସପେକ୍ଟର ରଜନୀକାନ୍ତ ଦାସ, ଇନ୍ସପେକ୍ଟର ସୂର୍ଯ୍ୟାଂସୁ ଶେଖର ପରହୀ, ଇନ୍ସପେକ୍ଟର ଗୋପାଳ କୃଷ୍ଣ ଜେନା, ଇନ୍ସପେକ୍ଟର ବିକାଶ ନନ୍ଦନ ଜେନା, ଇନ୍ସପେକ୍ଟର ଚିନ୍ତେଶ୍ୱର ମୁଣ୍ଡା, ଇନ୍ସପେକ୍ଟର ଲକ୍ଷ୍ମୀଧର ସେଥ, ଏସଆଇ ବାବାଜୀ ଚନ୍ଦ୍ର କୁଅଁର, ଏସଆଇ ପୁଷ୍ପାରାଣୀ ନାଏକ, ଏସଆଇ ଷ୍ଟାଲିନ ବିଶ୍ୱାଳଙ୍କୁ ନୂଆ ସ୍ଥାନକୁ ଟ୍ରାନ୍ସଫର କରାଯାଇଛି ।

Get real time updates directly on you device, subscribe now.