ଢ଼େଙ୍କାନାଳ: କୁନି ଝିଅକୁ ପୋଡ଼ି ଦେଇଛି ବାପା । ନିଆଁରେ ଜଳି ବର୍ଷକର ଝିଅର ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛି ୪ ବର୍ଷର ପୁଅ ।
ବାଲିମି ଥାନା ବାରସିଙ୍ଗା ମୁଣ୍ଡା ସାହିରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା ।
ସ୍ତ୍ରୀ ଓ ମା’ଙ୍କୁ ମାଡ଼ ମାରି ଘରୁ ବାହାର କରିବା ପରେ ଘରେ ନିଆଁ ଲଗେଇ ଦେଇଥିଲା ନିଶାଶକ୍ତ ବାପା ।
ଘଟଣାର ସୂଚନା ପାଇ ଅଭିଯୁକ୍ତ ବାପାକୁ ବାକୁ କରି ପୋଲିସ ଘଟଣାର ଛାନଭିନ ଚଳାଇଛି ।