fbpx

(Video) ମଦ ନିଶାରେ ଚୂର ହୋଇ କଲେଜ ଆସିଲେ ପ୍ରଫେସର: ଗୀତର ତାଳେ ତାଳେ ଲଗାଇଲେ…

ନୂଆଦିଲ୍ଲୀ: ପଞ୍ଚାବର ଜଣେ ପ୍ରଫେସରଙ୍କ ଏକ ଆଶ୍ଚର୍ଯ୍ୟକର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ପଠାନକୋଟର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ବୋଲି ଜଣାପଡିଛି । ସେଠାରେ ଜଣେ ପ୍ରଫେସରଙ୍କ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମଦ ନିଶାରେ କ୍ଲାସରୁମରେ ଥିବା ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ଭିଡିଓରେ ପ୍ରଫେସରଙ୍କୁ ଏକ ବୋତଲ ପାଣି ଧରି କ୍ଲାସରେ ନିଜ ଛାତ୍ରଛାତ୍ରୀଙ୍କ ସହ ପଞ୍ଜାବୀ ଭାଷାରେ କଥା ହେଉଥିବା ଦେଖିବାକୁ ମିଳିଛି । ପ୍ରଫେସରଙ୍କ ନାଁ ରବିନ୍ଦର କୁମାର ହୋଇଥିବା ବେଳେ ସେ ଏଠାରେ ଗଣିତ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ଭିଡିଓ ଚାଲିବାର କିଛି ସମୟ ପରେ ପ୍ରଫେସର ଏକ ପଞ୍ଜାବୀ ଗୀତ ଗାଇବା ସହ ନାଚିବା ଆରମ୍ଭ କରିଥିଲେ । ଏହି ସମୟରେ ଶ୍ରେଣୀରେ ବସିଥିବା ଛାତ୍ରଛାତ୍ରୀମାନେ ତାଙ୍କୁ ମନୋବଳ ବୃଦ୍ଧି କରିବାକୁ ଜୋର ଜୋରରେ ପାଟି କରୁଥିବା ଶୁଣିବାକୁ ମିଳିଛି ।

ତେବେ ଶିକ୍ଷାର ମନ୍ଦିରରେ ଜଣେ ପ୍ରଫେସର କିଭଳି ମଦ୍ୟପାନ କରି ଆସୁଛନ୍ତି ବୋଲି ଲୋକମାନେ ପ୍ରଶ୍ନ କରିବା ସହ ଏହାକୁ ନିନ୍ଦା କରୁଛନ୍ତି । ଯଦି ଶିକ୍ଷକ ଏମିତି ହେବେ, ତେବେ ପିଲାମାନେ ତାଙ୍କଠାରୁ କ’ଣ ଶିକ୍ଷା କରିବେ ବୋଲି ଲୋକେ କହୁଛନ୍ତି । ଏପରି ଶିକ୍ଷକଙ୍କ ଯୋଗୁଁ ପିଲାଙ୍କ ଭବିଷଞତ ବିପଦରେ ପଡ଼ିପାରେ । ଭିଡିଓ ଭାଇରାଲ ପରେ ବିଶ୍ୱବିଦ୍ୟାଳୟ ଓ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଉଛି, ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.