ନିଶାରେ ପିଟୁଥିଲା ସ୍ୱାମୀ, ରାଗରେ ସ୍ତ୍ରୀ କାଟି ଦେଲେ… ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ନୃସଂସରୁ ଅତି ନୃସଂସ ହୋଇ ଯାଉଛନ୍ତି ଆଜିର ଯୁବପିଢୀ । ରାଜଧାନୀ ଦିଲ୍ଲୀରୁ ବର୍ତ୍ତମାନ ଏଭଳି ଏକ ଘଟଣା ସାମନାକୁ ଆସିଛି । ପତି-ପତ୍ନୀ ମଧ୍ୟରେ ଝଗଡ଼ା ଏବେ ଭୟଙ୍କର ରୂପ ନେଇଛି । ସ୍ୱାମୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସ୍ତ୍ରୀ ତାଙ୍କର ପ୍ରାଇଭେଟ ପାର୍ଟକୁ କାଟି ଦେଇଥିବା ଜାଣିବାକୁ ମିଳିଛି । ଏହି ମାମଲାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆହତ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ସେପଟେ ଆରୋପୀ ମହିଳା ଜଣକ ଫେରାର ରହିଛନ୍ତି ।

ସୂଚନା ଅନୁସାରେ, ନର୍ଥ ଜିଲ୍ଲାର ନ୍ୟୁ ଚନ୍ଦ୍ରାଭଲ ସ୍ଥିତ ଏକ ଭଡ଼ା ଘରୁ ଏଭଳି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଦମ୍ପତି ବିଷ୍ଣୁ ଏବଂ ଜଗତାରା ଭଡ଼ାଟିଆ ଭାବରେ ରହୁଥିଲେ । ତେବେ ଉଭୟଙ୍କ ମଧ୍ୟରେ ଲଗାତାର ପାଟିତୁଣ୍ଡ ଲାଗି ରହିଥାଏ । ବିଷ୍ଣୁ ନିଶାଶକ୍ତ ଅବସ୍ତାରେ ଘରକୁ ପେରି ଜଗତାରାଙ୍କ ସହ ପାଟିତୁଣ୍ଡ କରୁଥିବା କୁହାଯାଉଛି । କିନ୍ତୁ ଶୁକ୍ରବାର ଏହି ପାଟିତୁଣ୍ଡ ଭୟଙ୍କ ରୂପ ନେଇଛି । ବିଷ୍ଣୁଙ୍କ ଏପରି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡ଼ିଥିଲେ ପତ୍ନୀ ଜଗତାରା । ତେଣୁ ଏକ ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କ ଉପରକୁ ସେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସେ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟ କାଟି ଦେଇଛନ୍ତି । ଏହାପରେ ବାହାରୁ କବାଟ ବନ୍ଦ କରି ସେଠାରେ ଚାଲି ଯାଇଥିଲେ ଜଗତାରା ।

ତେବେ ବିଷ୍ଣୁଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚିବା ସହ କବାଟ ଖୋଲି ବିଷ୍ଣୁଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଷ୍ଣୁଙ୍କୁ ସ୍ଥାନୀୟ ସଫଦରଗଞ୍ଜ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଆଖପାଖ ଅଞ୍ଚଳରେ ଶ୍ରମିକ ଭାବରେ କାମ କରି ପରିବାର ଚଳାଉଥିଲେ ଏହି ଦମ୍ପତି । କିନ୍ତୁ ପ୍ରାୟ ଦିନ ପାଟିତୁଣ୍ଡ ଝଗଡ଼ା କରୁଥିବାର ପଡ଼ୋଶୀ ଶୁଣିଛନ୍ତି । ଉଭୟଙ୍କ ଭିତରେ ହେଉଥିବା ପାଟିତୁଣ୍ଡରେ ପଡ଼ୋଶୀ ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ । ଏହାପରେ ବର୍ତ୍ତମାନ ଏଭଳି ଏକ ଘଟଣା ସାରା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ମହିଳା ଫେରାର ଥିବା ବେଳେ ପୋଲିସ ଖୋଜାଖୋଜି ଜାରି ରଖିଛି ।