fbpx

ମଦ ଗ୍ଲାସ୍ ହାତ ବାଜି ପଡିଯିବାରୁ ସ୍ତ୍ରୀକୁ ମାରି ଦେଲା ମଦୁଆ ସ୍ୱାମୀ

ବରେଲୀ, ୭ା୫ (ଓଡିଶା ଭାସ୍କର) : ସ୍ତ୍ରୀ ହାତ ବାଜି ମଦୁଆ ସ୍ୱାମୀର ମଦ ଗ୍ଲାସ୍ ଟି ତଳେ ପଡି ଭାଙ୍ଗିଗଲା । ଯାହା ପରେ ସ୍ୱାମୀ ରାଗି ଯାଇ ସ୍ତ୍ରୀକୁ ଏକ କାଠ ଫାଳିଆରେ ମାରି ମାଡ ମାରିଥିଲା । ଯାହା ଫଳରେ ସ୍ତ୍ରୀ ମୃତ୍ୟୁବରଣ କରିଛି । ଏପରି ଏକ ଖବର ଆସିଛି ଉତ୍ତରପ୍ରଦେଶର ଖେରୀ ଜିଲ୍ଲାରୁ । ମୃତ ସ୍ତ୍ରୀର ନାଁ ହେଉଛି ଗୀତା ଦେବୀ ଏବଂ ସ୍ୱାମୀ ବା ଅଭିଯୁକ୍ତର ନାଁ ହେଉଛି ରମେଶ କୁମାର ନିଶଦ୍ । ସ୍ତ୍ରୀକୁ ମାରିବା ପରେ ଏବେ ସ୍ୱାମୀ ଜଣକ ଫେରାର୍ ହୋଇଯାଇଛି ।

ସୁଚନା ଯେ, ବୁଧବାର ବିଳମ୍ବିତ ରାତିରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । କାରଣ ଗୀତାର ହାତ ବାଜି ସ୍ୱାମୀର ମଦ ଗ୍ଲାସ୍ ଟି ତଳେ ପଡି ଭାଙ୍ଗିଯାଇଥିଲା । ଯାହାପରେ ସ୍ୱାମୀ ନିଜ ସ୍ତ୍ରୀ ସହ ଖୁବ୍ ଜୋରରେ ଝଗଡା କରିଥିଲା । ଆଉ ଏହି ଝଗଡା ଭିତରେ ସେ ଏତେ ରାଗି ଗଲା ଯେ, ସେ ତା ସ୍ତ୍ରୀକୁ ଗୋଟିଏ କାଠ ଫାଳିଆରେ ମାଡମାରି ଥିଲା । ଯାହା ଫଳରେ ଗୀତା ତଳେ ପଡିଯାଇଥିଲେ । ଆଉ ରମେଶ ସେଠାରୁ ଫେରାର୍ ହୋଇଯାଇଥିଲା । ଏହାପରେ ଗୀତା ତଳେ ପଡି ଛଟପଟ ହେଉଥିବା ଅବସ୍ଥାରେ ପଡୋଶୀ ଘର ଲୋକ ତା ସ୍ୱର ଶୁଣି ଆସିଥିଲେ । ସେମାନେ କବାଟ ଖୋଲି ଦେଖିବା ବେଳକୁ ଗୀତା ତଳେ ପଡିଥିଲେ ଏବଂ ସେ ରକ୍ତାକ୍ତ ଅବସ୍ଥାରେ ଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ୍ ସେଠାରେ ପହଞ୍ଚିଥିଲା । ସେତେବେଳକୁ ଗୀତାର ପ୍ରାଣବାୟୁ ଉଡିଯାଇଥିଲା ।
ବର୍ତ୍ତମାନ ପୋଲିସ୍ ମୃତ ଶରୀରକୁ ଜବତ କରିବା ସହ ଘଟଣାସ୍ଥଳରୁ କାଠ ଫାଳିଆଟିକୁ ଜବତ କରିଛି । ଏହାସହ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.