fbpx

(Video) ଅମାନିଆ ହେଲା DTC ବସ୍, ଆଖି ପିଛୁଳାକେ ଏକାଧିକ ଯାନ ଉପରେ ମାଡ଼ିଗଲା, ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ଡିଟିସି ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଅନେକ ଗାଡିକୁ ଧକ୍କା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡିଛି। ତେବେ ଏହି ଦୁର୍ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଏହି ଭିଡିଓରେ ଆଖି ପିଛୁଳାକେ ଅନେକ ଯାନ ଉପରେ ଏହି ବସ ଚଢ଼ିଯାଇଛି।

ଦିଲ୍ଲୀର ରୋହିଣୀରେ ଦ୍ରୁତ ବେଗରେ ଯାଉଥିବା ଏକ ଡିଟିସି ବସ୍ ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବସ୍ ରାସ୍ତାରେ ଯାଉଥିବା ଗାଡିଗୁଡିକୁ ଧକ୍କା ଦେଇଥିଲା ଏବଂ ପରେ ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ବାଇକ ଏବଂ ସ୍କୁଟରକୁ ଧକ୍କା ଦେବା ପରେ ଅଟକି ଯାଇଛି। ହଠାତ୍ ଏହି ଦୁର୍ଘଟଣାକୁ ଦେଖି ଯାତ୍ରୀ ଏବଂ ରାସ୍ତା କଡରେ ଠିଆ ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବସ୍ ଧକ୍କା ନହେବା ପାଇଁ ଲୋକମାନେ ରାସ୍ତାରୁ ଦୌଡ଼ି ପଳାଉଥିବାର ଦେଖାଯାଇଥିଲା। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ମାସରେ, ପୂର୍ବ ଦିଲ୍ଲୀର ଏକ ଡିଟିସି ବସ୍ ଦୁଇଟି ଇ-ରିକ୍ସା ଏବଂ ଫଳ ବିକ୍ରେତାଙ୍କୁ ଧକ୍କା ଦେଇଥିଲା। ଏହି କାରଣରୁ ଜଣେ ୩୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ବସ୍ ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ ଏବଂ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

Get real time updates directly on you device, subscribe now.