ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗି ପଶିଲା ପାଣି

ଝାରସୁଗୁଡ଼ା: ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଲଇକେରା ପଞ୍ଚାୟତରେ ବନ୍ୟା ସ୍ଥିତି। ଅଗ୍ରିଆପଡ଼ାରେ ପଶିଲା ହାତୀଆ ନଦୀର ବନ୍ୟାଜଳ। ଲଗାଣ ବର୍ଷା ଯୋଗୁଁ ଘରଦ୍ୱାର ଭାଙ୍ଗିବା ସହ ଘରେ ପଶିଲା ପାଣି। ଯାହାଫଳରେ ଲୋକେ ହନ୍ତସନ୍ତ।

ରାସ୍ତା ଉପରେ ଅଢ଼େଇ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାବେଳେ ଯିବା ତଳିଆ ଅଞ୍ଚଳର ଲୋକେ ଉଚ୍ଚସ୍ଥାନକୁ ପଳାଇ ଆସୁଛନ୍ତି।

ତେବେ ଆସନ୍ତା ତିନି ଦିନ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ରହିଥିବାବେଳେ ଝାରସୁଗୁଡ଼ାରେ ଦେଖାଦେଇଛି ଏଭଳି ପରିସ୍ଥିତି। ଯାହାକୁ ନେଇ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।