ବାଲେଶ୍ୱର (ଓଡ଼ିଶା ଭାସ୍କର): ଜଳେଶ୍ୱର ପୂର୍ତ୍ତ ବିଭାଗ (ରାସ୍ତା ଓ ଗୃହ) ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କୁ ନେଇ ଅନଶନରେ ବସିଲେ ଠିକାଦାର। ଜଳେଶ୍ୱର ପୃର୍ତ୍ତ ବିଭାଗ ର ଏହି କାର୍ୟ୍ୟାଳୟ ଦ୍ୱାରା ଜଳେଶ୍ୱର ଅଂଚଳରେ ହେଉଥିବା ବିଭିନ୍ନ ନିର୍ମାଣ କାର୍ୟ୍ୟ ର ଟେଣ୍ଡର ଗୁଡିକ ଅନ ଲାଇନ ପ୍ରକ୍ରିୟାରେ ନ ହୋଇ ଅଫ ଲାଇନ ରେ ହେବା ସହିତ କେତେକ ଠିକାଦାରଙ୍କ ଦ୍ଵାରା କାର୍ୟ୍ୟ ସମ୍ପାଦନ କରାଯାଉଥିବାର ଅଭିଯୋଗ ଆଣିଛନ୍ତି ଅନଶନରେ ବସିଥିବା ଠିକାଦାର ଲୋକନାଥ ଜେନା। ତାଙ୍କ କହିବାନୁଯାୟୀ ଏହି ଡିଭିଜନ ଅଧୀନରେ ଦୀର୍ଘଦିନ ଧରି ବେଆଇନ ପ୍ରକ୍ରିୟାରେ ଟେଣ୍ଡର ସମ୍ପଦନ କରାଯାଉଅଛି। ପଚାଶ ହଜାର ଟଙ୍କାରୁ ଅଧିକ ଆକଳନ ବିଶିଷ୍ଠ କାର୍ୟ୍ୟ ନିମନ୍ତେ ଅନ ଲାଇନ ଟେଣ୍ଡର ପ୍ରକ୍ରିୟା ଗ୍ରହଣ କରିବାର ବିଭାଗୀୟ ନିର୍ଦେଶ ଥିବା ବେଳେ କାର୍ୟ୍ୟର ଆକଳନ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଥାଇ ମଧ୍ୟ ଅଫ ଲାଇନ ଟେଣ୍ଡର କରି ଲୁଚା ଛପାରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରି କେତେକ ଠିକାଦାରଙ୍କ ଦ୍ୱାରା ମୁଲଚାଲ ମୂଳେ କାର୍ୟ୍ୟ ସମ୍ପାଦନ କରାଯାଉ ଥିବାର ଅଭିଯୋଗ କରିଛନ୍ତି। ନୋଟିସ ବୋଡ଼ ରେ ବିଜ୍ଞପ୍ତି ପ୍ରକାଶ କରାଯାଉନାହିଁ।
ସମ୍ପୂର୍ଣ ବେଆଇନ ଭାବେ ଲୁଚା ଛପାରେ ଟେଣ୍ଡର ସମ୍ପାଦନ କରିବାକୁ ପ୍ରଚେଷ୍ଠା କରାଯାଇଥିବାର ଜଣାଯାଇଛି। ତେଣୁ ଉକ୍ତ ବିଭାଗୀୟ ଅଫିସରେ ହେଉଥିବା ଟେଣ୍ଡର ଗୁଡିକର ତଦନ୍ତ କରାଯିବ ସହିତ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରି ଆମରଣ ଅନଶନରେ ବସିଛନ୍ତି। ଏ ବିଷୟରେ ଉଚ୍ଚ ଗିଭାଗୀୟ କର୍ମକର୍ତା ଙ୍କୁ ଲେଖି ଜଣାଇଛନ୍ତି ବୋଲି କହିଛନ୍ତି। ଏ ବିଷୟରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ନେବାରୁ ଏହା ଭିତ୍ତିହୀନ ତଥା ସମସ୍ତ କାର୍ୟ୍ୟ ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ମୁତାବକ ହୋଇଛି ବୋଲି କହିଛନ୍ତି।