ବାରମ୍ବାର ଶୋଷ ଲାଗୁଛି କି? ହୋଇଥାଇପାରେ ଏହି ସମସ୍ୟା, ଜମାରୁ କରନ୍ତୁନି ଅଣଦେଖା

ବାରମ୍ବାର ଶୋଷ ଲାଗୁଥିବା ସମସ୍ୟାକୁ ନେଇ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଶରୀର ପାଇଁ ପାଣି କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି । ଜଣେ ବ୍ୟକ୍ତି ଖାଦ୍ୟ ବିନା କିଛି ସମୟ ରହିପାରିବ କିନ୍ତୁ ପାଣି ବିନା ରହିବା କଷ୍ଟକର ଅଟେ ।

ସେହିପରି ଡାଏଟିସିଆନ ଏବଂ ଡାକ୍ତର ମଧ୍ୟ ପାଣି ପିଇବା ପାଇଁ କହିଥାନ୍ତି । ତେବେ ବେଳେବେଳେ ବାରମ୍ବାର ଶୋଷ ଲାଗିଥାଏ । ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ଭିଟାମିନ ଶୋଷର କାରଣ-  ତେବେ ଏକ ରିପୋର୍ଟ ଅନୁସାରେ, ଶରୀରରେ ଏକ ଭିଟାମିନର ମାତ୍ରା ଅଧିକ ରହିଥିଲେ ଶୋଷ ଲାଗିଥାଏ । ଶରୀରରେ ଭିଟାମିନ ଡିର ମାତ୍ରା ଅଧିକ ହେଲେ ଏହାର ବାରଗଗମ୍ବାର ଶୋଷ ଲାଗିବାର କାରଣ ବୋଲି କୁହାଯାଇଥାଏ ।

ଭିଟାମିନ୍-ଡି ଅଧିକ ହେଲେ ଏହାକୁ ହାଇପରଭିଟୋମିନୋସିସ ଡି କୁହାଯାଇଥାଏ । ଏହା ଦ୍ବାରା ହାଇପରକ୍ଲାସିମିଆ ହେବାର ସମ୍ଭାବନା ଅଧିକ ରହିଥାଏ । ଯାହା ଏକ ପ୍ରକାର ରୋଗ ଅଟେ ।

ଆବଶ୍ୟକତା ଠାରୁ ଅଧିକ ଶୋଷ ଲାଗିଲେ ଏହାକୁ ପଲିଡିସ୍ପିଆ କୁହାଯାଇଥାଏ । ଏହାକୁ ଅଣଦେଖା କଲେ ପରବର୍ତ୍ତି ସମୟରେ ସମସ୍ୟାର କାରଣ ସାଜିଥାଏ ।

ତେବେ ଭିଟାମିନ ଡି ବ୍ୟତୀତ ଅଧିକ ତେଲ ମସାଲା ଖାଦ୍ୟ, କେଫିନ କିମ୍ବା ଆଲକହଲର ସେବନ ମଧ୍ୟ ଶୋଷର କାରଣ ହୋଇଥାଏ । ଏଭଳି ସମସ୍ୟା କିଛି ଦିନ ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି କୁହାଯାଇଛି ।