fbpx

ହଜିଯାଇଛି କି PAN Card ? ତେବେ ତୁରନ୍ତ କରନ୍ତୁ ଏହି କାମ, ନଚେତ୍…

ନୂଆଦିଲ୍ଲୀ: ଆଜିକାଲି ପାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଯାହା ମାଧ୍ୟମରେ ଆପଣ ଅନେକ ସରକାରୀ ଯୋଜନାର ଲାଭ ଉଠାଇପାରିବେ । ପାନ୍ କାର୍ଡ ଆବେଦନ ଦୁଇ ପ୍ରକାରର ରହିଛି- ଗୋଟିଏ ଭାରତୀୟଙ୍କ ପାଇଁ ଏବଂ ଅନ୍ୟଟି ବିଦେଶୀ ନାଗରିକଙ୍କ ପାଇଁ ଯେଉଁମାନେ ଭାରତ ସରକାରଙ୍କ ଏଜେନ୍ସି ମାଧ୍ୟମରେ ଟ୍ୟାକ୍ସ ଦିଅନ୍ତି । ଯଦି ଆପଣ ଆପଣଙ୍କର ପାନ୍ କାର୍ଡରେ କିଛି ନୂଆ ସୂଚନା ଯୋଡିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ଅପଡେଟ୍ କରିପାରିବେ । କିନ୍ତୁ ଯଦି ଆପଣ ଏହାକୁ କୌଣସସି ସ୍ଥାନରେ ହଜାଇ ଦେଇଛି, ତେବେ କ’ଣ ହେବ ? ଆସନ୍ତୁ ଜାଣିବ…

ଯଦି ଆପଣ ନିଜ ପାନ୍ କାର୍ଡକୁ ହଜାଇଦେଇଛ କିମ୍ବା କେହି ଚୋରି କରିଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଭାରତ ସରକାର ବର୍ତ୍ତମାନ ଆପଣଙ୍କୁ ପୁରୁଣା ପାନ କାର୍ଡ ବଦଳରେ ନକଲ ପାନ କାର୍ଡ ପାଇବାକୁ ଅନୁମତି ଦେଇଛନ୍ତି । ଆପଣଙ୍କର ପାନ୍ କାର୍ଡ ଚୋରି ହୋଇପାରେ କିମ୍ବା କୌଣସି ସ୍ଥାନରେ ହଜିଯାଇପାରେ । ଏପରି ପରିସ୍ଥିତିରେ ଆପଣଙ୍କୁ ଏକ ଏଫଆଇଆର ଫାଇଲ୍ କରିବାକୁ ପଡିବ । ଏହା ପରେ ଆପଣ ନକଲ ପ୍ୟାନ କାର୍ଡ ପାଇଁ ଅନଲାଇନ୍ ଆବେଦନ ସହିତ ଆପଗୁ ଯାଇପାରିବେ । ଏଠାରେ କିଛି ଷ୍ଟେପ୍ସ ବିଷୟରେ କୁହାଯାଇଛି, ଯାହାଦ୍ୱାରା ଆପଣ ଆପଣଙ୍କର ପାନ୍ କାର୍ଡ ଡାଉନଲୋଡ୍ କରିପାରିବେ …

ଏହିପରି ପାନ କାର୍ଡ ଡାଉନଲୋଡ୍ କରନ୍ତୁ :-
-ଏହି ଅଫିସିଆଲ୍ ୱେବସାଇଟ୍ https://www.onlineservices.nsdl.com/paam/requestAndDownloadEPAN.html କୁ ଯାଆନ୍ତୁ ।
– Acknowledgment Number କିମ୍ବା ପାନ୍ ରୁ ବାଛନ୍ତୁ ।
-ତୁମର ଅଲଫାନ୍ୟୁମେରିକ ପାନ୍ ନମ୍ବର ଏଣ୍ଟର କରନ୍ତୁ ।
– ଆପଣଙ୍କର ଆଧାର ନମ୍ବର ଏଣ୍ଟର କରନ୍ତୁ ।
– ଆପଣଙ୍କର ଡିଓବି ଏବଂ ଜିଏସଟିଏନ ନମ୍ବର ଏଣ୍ଟର କରନ୍ତୁ ।
-ଆଧାର ସ୍ୱୀକୃତି ବକ୍ସକୁ ଟିକ୍ ମାର୍କ କରନ୍ତୁ ।
-ନିଜର ଫର୍ମ ଜମା କରିବାକୁ କ୍ୟାପଚା ପୁରଣ କରନ୍ତୁ ।

ଯଦି Acknowledgment Number ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଛି ତେବେ ଫର୍ମ ଦାଖଲ କରିବା ପରେ ଏକ ଓଟିପି ଆସିବ । ଏହା ପରେ ଆପଣ କେବଳ ‘ପିଡିଏଫ୍ ଡାଉନଲୋଡ୍ ‘ ଉପରେ କ୍ଲିକ୍ କରି ସହଜରେ ଇ-ପାନ୍ ଡାଉନଲୋଡ୍ କରିପାରିବେ । ଆପଣ ପ୍ରକ୍ରିୟାକରଣ ଶୁଳ୍କ ଦେବାର ୧୫ ଦିନ ମଧ୍ୟରେ ପାନ୍ ଆପଣଙ୍କୁ ମିଳିଯିବ । ବିନା ଚାର୍ଜରେ ଆପଣ ଏହାକୁ ତିନିଥର ପର୍ଯ୍ୟନ୍ତ ଡାଉନଲୋଡ୍ କରିପାରିବେ ଏବଂ ଏହା ପରେ ଚାର୍ଜ ଲାଗୁ ହେବ ।

Get real time updates directly on you device, subscribe now.