ନଅ ଦିନ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ମାଆ ନେଉଛନ୍ତି ବିଦାୟ, ପୁଣି ଆର ବରଷକୁ ଅପେକ୍ଷା

ଭୁବନେଶ୍ୱର: ନଅ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ମାଆ ଦୁର୍ଗା ଧରାପୃଷ୍ଠରୁ ବିଦାୟ ନେଉଛନ୍ତି । ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସ୍ଥାନରେ ଆଜି ଭଷାଣି ଉତ୍ସବ ଚାଲିଛି । ଗତକାଲିଠୁ କିଛି ମୂର୍ତ୍ତି ବିସର୍ଜନ କରାଯାଇଥିବା ବେଳେ ଆଜି ମଧ୍ୟ ବିସର୍ଜନ ପାଇଁ ଅନେକ ପୂଜା କମିଟି ଭଷାଣ କରିବେ । ଏଥିପାଇଁ ଭୁବନେଶ୍ୱରର କୂଆଖାଇ, ଦୟାନଦୀ ସମେତ କଟକର କାଠଯୋଡି ନଦୀରେ ବିସର୍ଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଉଭୟ ଟ୍ୱିନସିଟିରେ ଭଷାଣ ଆରମ୍ଭ ହୋଇସାରିଛି ।

ବଡ ବଡ ପୂଜା କମିଟିଙ୍କର ବିଧିବଧ ଭାବେ ଶୋଭାଯାତ୍ରା ବାହାରିବ । ଗତକାଲି ରାତିରୁ ହିଁ ଏହି ଭଷାଣ ଉତ୍ସବ ଆରମ୍ଭ ହୋଇସାରିଛି । ମାଆଙ୍କ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ମଧ୍ୟ କରାଯାଇଛି । ଏହା ବ୍ୟତୀତ ମାଆଙ୍କୁ ନିହାରା ଢଙ୍ଗରେ ବିସର୍ଜନ କରାଯାଉଛି । ମାଆ ଦୁର୍ଗାଙ୍କୁ ଡଙ୍ଗାରେ ନେଇ କରାଯାଇଛି ବିସର୍ଜନ । ଏଭଳି କିଛି ବିରଳ ଅଭୁତ ଭସାଣି କେନ୍ଦ୍ରାପଡା ରାଜନଗରରେ ଦେଖିବାକୁ ମିଳିଛି । ରାଜନଗରରେ ଦୁର୍ଗାପୂଜା ପରେ ସ୍ଥାନୀୟ ହଂସୁଆ ନଦୀରେ ବିସର୍ଜନ କରାଯାଇଥିଲା । ମାଆଙ୍କୁ ଡଙ୍ଗାରେ ବସାଇ ମଝି ନଦୀ ଯାଏଁ ନିଆଯାଇ ବିସର୍ଜନ କରାଯାଇଥିଲା । ଏକାଧିକ ମେଢ ପାଇଁ ଏକାଧିକ ଡଙ୍ଗାର ମଦ୍ୟ ବ୍ୟବସ୍ଥା କରାଯାଇଥିଲା । ଶହ ଶହ ସଂଖ୍ୟାରେ ଲୋକେ ସୁସଜ୍ଜିତ ନୌକାରେ ଧରି ମାଆଙ୍କୁ ମେଲାଣି ଦେଇଛନ୍ତି ଭକ୍ତ ।

Get real time updates directly on you device, subscribe now.