CHARIDHAM

ଆଲୋଚନା ବେଳେ ମୁହାଁମୁହିଁ ହେଲେ ଦୁଇ ଗାଁ, ଉତ୍ତେଜନା ପାଇଁ ୧୬୩ ଧାରା ଜାରି

ଦୁଇ ଗାଁ ମଧ୍ୟରେ ଘମାଘୋଟ ଲଢେଇ, ୫ ଆହତ, ଜାରି ହେଲା ୧୬୩ ଧାରା

ଗଞ୍ଜାମ: ଦୁଇ ଗାଁ ମଧ୍ୟରେ ଉତ୍ତେଜନା, ମାର୍‌ପିଟ୍ ପରିସ୍ଥିତି ଦେଖିବାକୁ ମିଳିଛି। ନୂଆ ମୁହାଁଣ ଖୋଲିବାକୁ ନେଇ ଦୁଇ ଗାଁ ମଧ୍ୟରେ ଯୁଦ୍ଧ ଚାଲିଥିବା ଜଣାପଡିଛି। ସୂଚନାନୁଯାୟୀ, ଆଲୋଚନା ବେଳେ ଯୁକ୍ତି ତର୍କରୁ ମୁହାଁମୁହିଁ ହେଲେ ଏହି ଦୁଇ ଗାଁର ଲୋକେ।

ତେବେ ଏହି ଗଣ୍ଡଗୋଳରେ ୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ପ୍ରଶାସନର ଉପସ୍ଥିତିରେ ଚାଲିଥିଲା ଆଲୋଚନା। ଏହି ଘଟଣା ଚିକିଟି ବ୍ଲକ ରାମେୟାପାଟଣା ଓ କତୁରୁ ଗାଁ ଲୋକେ ମୁହାଁମୁହିଁ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଧାରା ଲାଗୁ କରାଯାଇଛି।