fbpx
BSKY
BJD YOUTH SKY
BJD MS SKY

G-20 ବେଳେ ଟ୍ରୁଡୋଙ୍କ ବିମାନରେ ଭର୍ତ୍ତି ହୋଇଥିଲା କୋକିନ! କ’ଣ କହୁଛନ୍ତି ଭାରତର କୁଟନୀତିଜ୍ଞ?

ନୂଆଦିଲ୍ଲୀ: ଭାରତ ଏବଂ କାନାଡ଼ା ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ମଧ୍ୟରେ ଏକ ବିରାଟ ଖୁଲାସା ହୋଇଛି । ଭାରତର ପୂର୍ବ କୁଟନୀତିଜ୍ଞ ଦୀପକ ବୋହରା ଏହି ବଡ଼ ଦାବି କରିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ଉପରେ ଏକ ସଙ୍ଗୀନ ଆରୋପ ଲଗାଇଛନ୍ତି । ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତକୁ ଆସିଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ବିମାନରେ କୋକେନ୍ ଭଳି ଡ୍ରଗ୍ସ ଭର୍ତ୍ତି ହୋଇ ରହିଥିବା କହିଛନ୍ତି ଦୀପକ । ଏହାବ୍ୟତୀତ କାନାଡ଼ାର ନେତା ୨ ଦିନ ପର୍ଯ୍ୟନ୍ତ ନିଜ ରୁମରୁ ବାହାରକୁ ଯାଇ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ଏଭଳି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ କାନାଡ଼ା ଏବଂ ଭାରତର ସମ୍ପର୍କରେ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ଭାରତୀୟ କୁଟନୀତିଜ୍ଞ କହିଛନ୍ତି ଯେ, ସନ୍ଧାନୀ କୁକୁର ଟ୍ରୁଡୋଙ୍କ ବିମାନରେ କୋକେନ୍ ଥିବା ନେଇ ଜଣାଇଥିଲା । ଟ୍ରୁଡୋଙ୍କ ବ୍ୟବହାରରୁ ସଂକେତ ମିଳିଛି ଯେ, ସେ ଖୁବ ବିଚଳିତ ରହୁଥିଲେ ଏବଂ ନିଜକୁ ‘କାନାଡିୟାନ୍ ରେମ୍ବୋ’ ରୂପରେ ରହିବା ପାଇଁ ଚେଷ୍ଟା କରୁଥିଲେ । ଦୀପକ ବୋହରାଙ୍କ ବୟାନର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୀପକ କହିଛନ୍ତି ଯେ, ଟ୍ରୁଡୋଙ୍କର ବୁଦ୍ଧି ଅଛି ଏବଂ ସେ ତାଙ୍କୁ ଛୋଟ ପିଲା ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ବିମାନ ବନ୍ଦରରେ ଟୁଡୋଙ୍କୁ ସେ ବ୍ୟବସ୍ତ ବିବ୍ରତ ଥିବା ଦେଖିଥିଲେ ।

ତେବେ ଦୀପକ ବୋହରା ପୂର୍ବର ମଧ୍ୟ ଏଭଳି ବିବାଦୀୟ ବୟାନ ଦେଇଛନ୍ତି । ଜାତୀୟ ଟିଭିରେ ଚୀନର ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ ଆକ୍ଷେପ କରି ଅନେକ କିଛି କହିଥିଲେ ଦୀପକ ବୋହରା । ଏହାବ୍ୟତୀତ ୨୦୦୭ ଏବଂ ୨୦୦୯ ପର୍ଯ୍ୟନ୍ତ ସୁଡାନରେ ରାଜଦୂତ ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ ଆର୍ଥିକ ଘୋଟାଲା ସହ ଜଡ଼ିତ ଏକ ମାମଲାରେ ସେ ସିବିଆଇ ଦ୍ୱାରା ତଦନ୍ତର ସମ୍ମୁଖୀନ ହୋଇ ସାରିଛନ୍ତି ।

Get real time updates directly on you device, subscribe now.