fbpx

ଦଶହରାରେ ଏହି ପକ୍ଷୀକୁ ଦେଖିବା ଅତ୍ୟନ୍ତ ଶୁଭ; ଲଙ୍କା ଜୟ ଆଗରୁ ଦେଖିଥିଲେ ଶ୍ରୀରାମ

ସବୁ କାର୍ଯ୍ୟରେ ମିଳିବ ସଫଲତା, ସବୁଠି ମିଳିବ ପ୍ରଶଂସା

ଭୁବନେଶ୍ୱର: ଦଶହରା ଦିନ ଏହି ପକ୍ଷୀକୁ ଦର୍ଶନ କରିବା ଅନେକ ଶୁଭ ହୋଇଯାଏ ଏବଂ ସମସ୍ତ କାର୍ଯ୍ୟ ଭଲ ଭାବରେ ହୋଇଥାଏ । ଏହି ପକ୍ଷୀ ଭଗବାନ ଶିବଙ୍କର ଏକ ରୂପ ଭାବରେ ଜଣାଶୁଣା । ଆସନ୍ତୁ ଜାଣିବା ଏହି ପକ୍ଷୀ ବିଷୟରେ ଏବଂ ଏପରି କିଛି ସୂଚନା ଯାହା ଆପଣ ପୂର୍ବରୁ କେଉଁଠି ପଢିନଥିବେ । ବିଜୟା ଦଶମୀ ଦିନ ଭଗବାନ ଶ୍ରୀରାମ ରାବଣକୁ ବଧ କରି ଲଙ୍କା ଜୟ କରିଥିଲେ ଏବଂ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ ।

ବିଶ୍ୱାସ କରାଯାଏ ଯେ ରାବଣଙ୍କ ସହ ଅନ୍ତିମ ଯୁଦ୍ଧ କରିବା ପୂର୍ବରୁ ଶ୍ରୀରାମ ଭଦଭଦଳିଆ ପକ୍ଷୀ ଦେଖିଥିଲେ । ଏହି କାରଣରୁ ଦଶହରା ଦିନ ଭଦଭଦଳିଆ ପକ୍ଷୀର ଦର୍ଶନ କଲେ ସବୁ କାର୍ଯ୍ୟ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଭଦଭଦଳିଆ ପକ୍ଷୀକୁ କେହି କେହି ନୀଳକଣ୍ଠ ପକ୍ଷୀ ମଧ୍ୟ କହିଥାନ୍ତି । ଅନ୍ୟ ଏକ କାହାଣୀ ଅନୁଯାୟୀ ରାବଣଙ୍କୁ ହତ୍ୟା କରିବା ପରେ ବ୍ରହ୍ମ ହତ୍ୟା କରିବାର ପାପରୁ ରକ୍ଷା ପାଇବା ପାଇଁ ଶ୍ରୀରାମ ସାନ ଭାଇ ଲକ୍ଷ୍ମଣଙ୍କ ସହ ଭଗବାନ ଶିବଙ୍କୁ ପୂଜା କରିଥିଲେ, ତା’ପରେ ସେ ଭଦଭଦଳିଆ ରୂପରେ ଆବିର୍ଭାବ ହୋଇଥିଲେ ।

କିମ୍ୱଦନ୍ତୀ ଅନୁସାରେ ଯେତେବେଳେ ଅମୃତ ପାଇଁ ସାଗର ମନ୍ଥନ କରାଯାଇଥିଲା ସେତେବେଳେ କଳାକୁଟ ବିଷ ପ୍ରଥମେ ବାହରିଥିଲା, ଯାହା ଅତ୍ୟନ୍ତ ମାରାତ୍ମକ ଥିଲା । ସେତିକିବେଳେ ସମସ୍ତ ଜୀବଜଗତ ଜଳିବାକୁ ଲାଗିଲେ, ଦେବତାମାନେ ମହାଦେବଙ୍କୁ ତ୍ରାହି ତ୍ରାହି ହୋଇ ପ୍ରାର୍ଥନା କଲେ । ମହାଦେବ ସେହି ବିଷକୁ ନିଜ କଣ୍ଠରେ ସମାହିତ କରିଥିଲେ, ଯେଉଁ କାରଣରୁ ତାଙ୍କ କଣ୍ଠ ନୀଳ ପଡ଼ିଯାଇଥିଲା ସେଥିପାଇଁ ବି ଅନେକ ଲୋକ ମହାଦେବଙ୍କୁ ନୀଳକଣ୍ଠ ନାମରେ ବି ପୂଜା କରନ୍ତି ।

ଦେଶର କେତେକ ସ୍ଥାନରେ ଭଦଭଦଳିଆ ପକ୍ଷୀକୁ ଭଗବାନ ରାମଙ୍କ ପ୍ରତିନିଧି ଭାବରେ ବିବେଚନା କରାଯାଏ । ଏହି ସବୁ ପୌରାଣିକ କଥାବସ୍ତୁକୁ ଦେଖିଲେ, ଦଶହକା ଦିନ ଭଦଭଦଳିଆ ପକ୍ଷୀକୁ ଦେଖିଲେ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି ।

Get real time updates directly on you device, subscribe now.