fbpx

ଆଶ୍ଚର୍ଯ୍ୟ; ବାପା ହେବେ ଓଡିଶାର ମହିଳା ଧାବିକା ଦୂତୀ ଚାନ୍ଦ! ପ୍ରେମିକା ମୋନାଲିସାଙ୍କୁ ସିନ୍ଦୁର ଦେଇ କଲେ ସ୍ୱୀକାର

ଭୁବନେଶ୍ୱର: ସମଲିଙ୍ଗୀ ବିବାହକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା ଜୋର ଧରିଛି । ସୁପ୍ରିମକୋର୍ଟରେ ଏହି ମାମଲା ଏବେ ବି ବିଚାରାଧୀନ ରହିଛି । ଏହା ଭିତରେ ଓଡିଶାର ଦୌଡରାଣୀ ଦୂତି ଚାନ୍ଦ ଆଉ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପୂର୍ବରୁ ସେ ନିଜ ବାନ୍ଧବୀ ମୋନାଲିସାଙ୍କ ସହ ସମଲିଙ୍ଗୀ ବିବାହ କରିବାକୁ ଚାହୁଁଥିବା ବୋଲି କହି ସାରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ତାଙ୍କ ମଥାରେ ସିନ୍ଦୂର ଦେଇଛନ୍ତି । କେବଳ ସେତିକି ନୁହେଁ, ବିବାହ ପରେ ଦୂତୀ ବାପା ହେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ସମଲିଙ୍ଗୀ ବିବାହ ଉପରେ ଇଣ୍ଡିଆ ଟୁଡେ ପ୍ରସ୍ତୁତ କରିଥିବା ଏକ ମାଗାଜିନର କଭର ପେଜରେ ସ୍ଥାନ ପାଇଛନ୍ତି ଦୌଡରାଣୀ ଦୂତୀ । ଏହି ଫଟୋରେ ସେ ତାଙ୍କ ପ୍ରେମିକା ମୋନାଲିସାଙ୍କ ମଥାରେ ସିନ୍ଦୂର ପିନ୍ଧାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେବଳ ଫଟୋ ନୁହେଁ, ମାଗାଜିନ୍ ଭିତରେ ଦୌଡରାଣୀ ଦୂତୀଙ୍କର ସମଲିଙ୍ଗୀ ବିବାହ ଉପରେ ତିବା ମତାମତ ମଧ୍ୟ ସ୍ଥାନ ପାଇଛି । ଦୂତୀ ତାଙ୍କ ମହିଳା ବନ୍ଧୁ ମୋନାଲିସାଙ୍କ ସହ ସମଲିଙ୍ଗୀ ବିବାହ କରିବାକୁ ଚାହିଁଛନ୍ତି । ତେବେ ଏହି ସମଲିଙ୍ଗୀ ବିବାହକୁ ନେଇ ସେ ମାଗାଜିନକୁ ନିଜ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।

ଏ ନେଇ ଦୌଡରାଣୀ ଦୂତୀ କହିଛନ୍ତି ଯେ, ଆମ ଦେଶରେ ପ୍ରତ୍ୟେକ କାମ ପାଇଁ ଏକ ସ୍ୱୀକାର ଆବଶ୍ୟକ ହୋଇଥାଏ । ତେଣୁ ସମଲିଙ୍ଗୀ ବିବାହ ପାଇଁ ମଧ୍ୟ ସ୍ୱୀକୃତି ଆବଶ୍ୟକ । ତେବେ ଉଭୟ ବିବାହ କଲେ ପିଲାର ବାପା କିଏ ହେବେ ବୋଲି ଦୂତୀଙ୍କୁ ପ୍ରଶ୍ନ କରାଯାଇଥିଲା । ସେ ଉତ୍ତର ଦେଇଥିଲେ ଯେ, ଆମେ ଦୁହେଁ, ସମଲିଙ୍ଗୀ ବିବାହାରେ ଜୈବିକ ସନ୍ତାନ ସମ୍ଭବ ନୁହେଁ । ତେଣୁ ଆମେ ଦୁହେଁ ଆଇଭିଏଫ କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଛୁ । ତେବେ ପିଲା ମୋତେ ବାପା ଏବଂ ମୋନାଲିସାଙ୍କୁ ମା’ ଡାକିବ ବୋଲି କହିଛନ୍ତି ଦୂତୀ ଚାନ୍ଦ ।

ଇଣ୍ଡିଆ ଟୁଡେର ଏହି ମାଗାଜିନ କଭର ପେଜରେ ଦୂତୀ ଏବଂ ମୋନାଲିସାଙ୍କ ସିନ୍ଦୂର ପିନ୍ଧା ଫଟୋ ସ୍ଥାନ ପାଇଥିବା ବେଳେ ମାଗାଜିନ ଭିତରେ ଉଭୟଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପ୍ରକାଶ ପାଇଛି । ତେବେ ଏହି ମାଗାଜିନ ଆସନ୍ତା ମେ’ ୨୨ ତାରିଖରେ ପ୍ରକାଶ ପାଇବ । ତେବେ ମାଗାଜିନର ଏହି କଭର ଫଟୋକୁ ଦୂତୀ ନିଜ ଫେସବୁକ ପେଜରେ ମଧ୍ୟ ସେୟାର କରିଛନ୍ତି ।

Get real time updates directly on you device, subscribe now.