fbpx

ଡକ୍ୟୁମେଣ୍ଟ ବିହୀନ ଯାନକୁ ଧରିବ ଇ-ଡିଟେକ୍ସନ: ପରିବହନ ବିଭାଗ ଲାଗୁ କରିବ ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଯେତେ ପ୍ରକାରର ଟ୍ରାଫିକ ନିୟମ ଲାଗୁ କଲେ ମଧ୍ୟ ଅଧିକାଂଶ ଗାଡ଼ି ମାଲିକ ଏହାକୁ ବେଖାତିର କରୁଥିବା ଦେଖାଯାଉଛି । ତେବେ ଏଥିପାଇଁ ରାଜ୍ୟ ପରିବହନ ବିଭାଗ ଏକ ନୂଆ ଯୋଜନା ଲାଗୁ କରିବାକୁ ଯାଉଛି । ଏଣିକି ଅବୈଧ ଯାନକୁ ଇ-ଡିଟେକ୍ସନ ମାଧ୍ୟମରେ ଚିହ୍ନଟ କରାଯିବ । ଏଥିପାଇଁ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ କରାଯାଉଥିବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଯେଉଁ ଯାନଗୁଡ଼ିକର ଡକ୍ୟୁମେଣ୍ଟ ଅପଡେଟ୍ ନଥିବ ସେଗୁଡ଼ିକୁ ଇ-ଡିଟେକ୍ସନ ଦ୍ୱାରା ଧରାଯିବ । ଆସନ୍ତା ବର୍ଷ ଜାନୁଆରୀ ମାସ ୧ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । ଯେଉଁମାନଙ୍କର ଡକ୍ୟୁମେଣ୍ଟ ବୈଧ ନଥିବ ସେମାନଙ୍କ ନିକଟକୁ ଇ-ଚାଲାଣ ପଠାଯିବ । ଫାଷ୍ଟଟ୍ୟାଗ ଓ ଟୋଲଗେଟମାନଙ୍କରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରି ଚାଲାଣ କଟାଯିବ ।

ନିକଟରେ ରାଜ୍ୟ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରିଥିଲେ । ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଗତ ସେପ୍ଟେମ୍ବର ୩୦ ତାରିଖରେ ଏହି ନମ୍ବର ପ୍ଲେଟ ଲଗାଇବା ସମୟସୀମାକୁ ରାଜ୍ୟ ସରକାର ଏକ ମାସ ବୃଦ୍ଧି କରିଥିଲେ । ଏବେ ଶେଷ ଅଙ୍କ ୭, ୮ ଥିବା ଗାଡ଼ି ପାଇଁ ଡିସେମ୍ବର ୩୧ ଅନ୍ତିମ ତାରିଖ ରହିଛି । ସେହିପରି ଶେଷ ଅଙ୍କ ୯, ୦ ଥିବା ଗାଡ଼ିରେ ୨୦୨୩ ଜାନୁଆରୀ ୩୧ ତାରିଖ ସୁଦ୍ଧା ନମ୍ବର ପ୍ଲେଟ୍ ଲଗାଯିବ । ଲୋକଙ୍କର ସୁବିଧା ପାଇଁ ମୋ ସେବା କେନ୍ଦ୍ରରେ ଏଚଏସଆରପି ରେଜିଷ୍ଟ୍ରେସନ ଓ ସ୍ଲଟ୍ ବୁକିଂ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)ଙ୍କ ପକ୍ଷରୁ ସୁବିଧା କରାଯାଇଥିଲା ।

Get real time updates directly on you device, subscribe now.