ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଇ ମୁଲାକାତ ସେବା । ଭୁବନେଶ୍ୱର ଓ ଚୌଦ୍ୱାରରେ ପାଇଲଟ ପ୍ରୋଜେକ୍ଟ ଭାବରେ ଏହା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୬ ଜଣ କଏଦୀ ଏହି ସୁବିଧାର ଲାଭ ଉଠାଇଛନ୍ତି । ଅନ୍ୟାନ୍ୟ ଜେଲର ଅଫିସର ମାନଙ୍କୁ ଏହି ବ୍ୟବସ୍ଥା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଆସନ୍ତା ଅଗଷ୍ଟ ୧୫ ତାରିଖରୁ ସମସ୍ତ ଜିଲ୍ଲା ଓ ସର୍କଲ ଜେଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ପରବର୍ତ୍ତୀ ସମୟରେ ସମସ୍ତ ସବଜେଲରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ଏହି ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଲାପଟପ ସମସ୍ତ ଜେଲକୁ ପ୍ରଦାନ କରାଯାଇଛି । କରୋନା ସମୟରେ ଭର୍ଚୁଆଲି ନିଜର ପରିଜନଙ୍କୁ ଦେଖିବାର ସୁଯୋଗ ପାଇ ପାରିବେ ଜେଲରେ ବନ୍ଦ ଥିବା କଏଦୀ ।
ଏହି ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ନିଜ ଫୋନ ଅଥବା ଲାପଟପରେ ସର୍ଚ ଇଞ୍ଜିନକୁ ଯାଆନ୍ତୁ । ଏନପିଆଇପି ସର୍ଚ୍ଚ କରିବା ସହିତ ନୂତନ ପରିଦର୍ଶନ ବିକଳ୍ପ ଚୟନ କରନ୍ତୁ । ସାକ୍ଷାତ କରିବାକୁ ଥିବା କଏଦୀଙ୍କ ସମ୍ପର୍ଣ୍ଣ ବିବରଣୀ ସହିତ ଭିଡିଓ କନଫରେନ୍ସ ମୋଡ ଚୟନ କରନ୍ତୁ । କ୍ୟାପଚା ଦେବା ପରେ ପଞ୍ଜୀକୃତ ମୋବାଇଲରେ ମିଳିଥିବା ଓଟିପି ପ୍ରଦାନ କରନ୍ତୁ । ଏହାପରେ ଆପଣଙ୍କୁ ଏକ ପଞ୍ଜୀକୃତ ଭିଜିଟର ନମ୍ବର ମିଳିବ । ଏହାକୁ ବ୍ୟବହାର କରି ଭିଡିଓ କନଫରେନ୍ସ ମାଧ୍ୟମରେ ଆପଣ ନିଜର ପ୍ରିୟଜନଙ୍କୁ ଦେଖିପାରିବେ ।