fbpx

୪ କୋଟି ପାର୍ କଲା E-Shram ପୋଟାର୍ଲ ରେଜିଷ୍ଟ୍ରେସନ୍, ଆପଣ ବି ପାଇପାରିବେ ଲାଭ; ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଇ-ଶ୍ରମ ପୋଟାର୍ଲରେ ଶ୍ରମିକ ମାନଙ୍କ ପଞ୍ଜୀକରଣ ୪ ୋକଟି ପାର୍ କରିଛି । ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ୨ ମାସରୁ କମ୍ ସମୟ ହେବ ଏହି ପୋର୍ଟାଲ ଖୋଲିଥିବା ବେଳେ ଏଥିରେ ରେଜିଷ୍ଟ୍ରେସନ୍ ସଂଖ୍ୟା ୪ କୋଟି ପାର୍ କରିଛି । ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ବିଭିନ୍ନ କ୍ଷେତ୍ର ସହିତ ଜଡ଼ିତ ଥିବା ଲୋକମାନେ ଯେପରିକି କୃଷି ଓ ଏହା ସହ ସମ୍ବନ୍ଧ ଥିବା ବ୍ୟବସାୟୀ ମାନେ ଏହି ପୋଟାର୍ଲରେ ପଞ୍ଜୀକରଣ କରିଛନ୍ତି ।

ଖାଲି ସେତିକି ନୁହେଁ ଏଥିରେ ପ୍ରବାସୀ ଶ୍ରମିକ ମାନେ ମଧ୍ୟ ପଞ୍ଜୀକରଣ କରିବାକୁ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି । ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ଜରିଆରେ ପ୍ରବାସୀ ଶ୍ରମିକଙ୍କ ସହିତ ସମସ୍ତ ଅସଂଗଠିତ କ୍ଷେତ୍ରର ଶ୍ରମିକ ମାନେ ବିଭିନ୍ନ ସାମାଜିକ ସୁରକ୍ଷା ଓ ରୋଜଗାର ଯୋଜନା ଗୁଡ଼ିର ଲାଭ ଉଠାଇପାରିବେ । ସଦ୍ୟ ଆକଳନ ଅନୁସାରେ, ଏହି ପୋର୍ଟାଲରେ ବର୍ତ୍ତମାନ ୪.୦୯ କୋଟି ଶ୍ରମିକ ପଞ୍ଜୀକରଣ କରିଛନ୍ତି । ଏଥିମଧ୍ୟରେ ୫୦.୦୨ ପ୍ରତିଶତ ମହିଳା ରହିଥିବା ବେଳେ ୪୯.୯୮ ପ୍ରତିଶତ ପୁରୁଷ ରହିଛନ୍ତି । ଏନେଇ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ଆକଳନ ଅନୁସାରେ, ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ପକ୍ଷରୁ ପୋର୍ଟାଲରେ ସର୍ବାଧକ ଲୋକ ପଞ୍ଜୀକରଣ କରିଛନ୍ତି । କିନ୍ତୁ ଛୋଟ ଛୋଟ ରାଜ୍ୟରେ ପଞ୍ଜୀକରଣ ହାର କମ୍ ରହିଛି ।

ତେବେ ଏଥିରେ ଆପଣ ଅନଲାଇନ୍ ରେ ରେଜିଷ୍ଟ୍ରେସନ୍ କରିପାରିବେ । ଏଥିପାଇଁ ଆପଣ ବ୍ୟକ୍ତିଗତ ଶ୍ରମିକ ମୋବାଇଲ ଆପ୍ କିମ୍ବା ୱେବସାଇଟ୍ ର ବ୍ରବହାର କରିପାରିବେ । ଏହା ବ୍ୟତୀତ ସିଏମସି, ରାଜ୍ୟ ସେବା କେନ୍ଦ୍ର, ଶ୍ରମ ସୁଗମତା କେନ୍ଦ୍ର, ଚୟନ କରାଯାଇଥିବା ଡାକଘର, ଡିଜିଟାଲ ସେବା କେନ୍ଦ୍ରକୁ ଯାଇ ମଧ୍ୟ ରେଜିଷ୍ଟ୍ରେସନ୍ କରିପାରିବେ । ପଞ୍ଜୀକରଣ ପରେ ଶ୍ରମିକଙ୍କୁ ଡିଜିଟାଲ ଇ-ଶ୍ରମ କାର୍ଡ ଦିଆଯିବ ।

ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକ ମାନଙ୍କୁ ମୃତ୍ୟୁ ପରେ କିମ୍ବା ସ୍ଥାୟୀ ରୂପରେ ଦିବ୍ୟାଙ୍ଗ ହୋଇଥିଲେ ଦୁଇ ଳ୪ ଟଙ୍କା ରାଶି ଦିଆଯିବ । ଅସ୍ଥାୟୀ ରୂପରେ ଦିବ୍ୟାଙ୍ଗ ହୋଇଥିଲେ ଏକ ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ଏହି ପୋର୍ଟାଲରେ ସର୍ବାଧିକ କୃଷି ଓ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଥିବା ଶ୍ରମିକ ମାନେ ରେଜିଷ୍ଟ୍ରେସନ କରିଛନ୍ତି ।

Get real time updates directly on you device, subscribe now.