fbpx

ଲେହ-ଲଦାଖରେ ଭୂକମ୍ପ ଯୋଗୁଁ ଥରିଲା ପୃଥିବୀ, ଜାଣନ୍ତୁ କେତେ ଥିଲା ତୀବ୍ରତା?

Advertisement

ନୂଆଦିଲ୍ଲୀ: ମୋରକ୍କୋରେ ପ୍ରବଳ ଭୂକମ୍ପ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ମଙ୍ଗଳବାର ଦିନ ଭାରତର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ଅପରାହ୍ନରେ ଭାରତର ହିମାଳୟ ଅଞ୍ଚଳରେ ଭୂକମ୍ପ ଯୋଗୁଁ ପୃଥିବୀ କମ୍ପି ଉଠିଥିଲ । ଲେହ ଲଦାଖରେ ଅପରାହ୍ନ ୪.୫୬ ରେ ଭୂକମ୍ପ ଘଟିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୫ କିଲୋମିଟର ତଳକୁ ଥିଲା । ୩୬.୧୩ ଉତ୍ତର ଅକ୍ଷାଂଶରେ ଘଟିଥିବା ଭୂକମ୍ପ ଯୋଗୁଁ ଲେହ ଲଦାଖରେ କମ୍ପନ ଅନୁଭୂତ ହୋଇଥିଲା ।

ଏହାପୂର୍ବରୁ ସୋମବାର ରାତିରେ ମଣିପୁରରେ ଏବଂ ମଙ୍ଗଳବାର ସକାଳେ ଆଣ୍ଡାମାନ ସାଗର ନିକଟରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା । ଗତ କିଛି ଦିନ ହେବ ଭାରତରେ ଭୂକମ୍ପ ଘଟଣାର ଲଗାତାର ବୃଦ୍ଧି ଘଟୁଛି । ସୋମବାର ରାତି ୧୧:୦୧ ରେ ମଣିପୁରର ଉଖରୁଲରେ ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ଭିତରେ ୨୦ କିଲୋମିଟର ଥିଲା ।

ଏଥି ସହିତ ମଙ୍ଗଳବାର ସକାଳ ୩.୩୯ ସମୟରେ ଆଣ୍ଡାମାନ ସାଗରରେ ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୪ ମାପ କରାଯାଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରେ ୯୩ କିଲୋମିଟର ଥିଲା । ଏପର୍ଯ୍ୟନ୍ତ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ଆସିନାହିଁ ।

ଗତ ସୋମବାର ପୂର୍ବାହ୍ନ ୧:୨୯ ସମୟରେ ବଙ୍ଗୋପସାଗରରେ ମଧ୍ୟ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ବଙ୍ଗୋପସାଗରରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ୪.୪ ମାପ କରାଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳର ଗଭୀରତା ପୃଥିବୀ ମଧ୍ୟରେ ୭୦ କିଲୋମିଟର ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.