fbpx

Big breaking: ହୋଲି ଦିନ ଥରିଲା ଗୁଜୁରାଟ, ସକାଳୁ ସକାଳୁ ଭୂକମ୍ପ ଝଟକା

ଅହମ୍ମଦାବାଦ:ହୋଲି ଦିନ ସମଗ୍ର ଦେଶ ରଙ୍ଗର ପବିତ୍ର ପର୍ବ ପାଳନ ହେଉଥିବା ବେଳେ ଗୁଜୁରାଟ ଏବଂ ଉତ୍ତରପ୍ରଦେଶର ଲୋକମାନେ ଭୂକମ୍ପ ରେ କମ୍ପିତ ହେଇଛି । ବୁଧବାର ସକାଳେ ଗୁଜରାଟର କୁଚ୍ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ୩.୩ ରେ ମାପ କରାଯାଇଥିଲା । ଭୂକମ୍ପ ବିଜ୍ଞାନ ଅନୁସନ୍ଧାନ ପ୍ରତିଷ୍ଠାନ (ISR) ଏହି ସୂଚନା ଦେଇଛି ।

ଗାନ୍ଧିନଗର ସ୍ଥିତ ଆଇଏସଆର ନିଜ ୱେବସାଇଟରେ ସେୟାର କରିଥିବା ସୂଚନା ଅନୁଯାୟୀ, ସକାଳ ୩.୪୨ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଭୂକମ୍ପ କେନ୍ଦ୍ର ଉତ୍ତର-ଉତ୍ତର-ପୂର୍ବ (NNE) କୁ ୨୪.୬ କିଲୋମିଟର ଗଭୀରରେ କୁଚ ଜିଲ୍ଲାର ଭାଚୁଆ ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ ଥିଲା। ଅଧିକାରୀ କହିଛନ୍ତି ଯେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ନାହିଁ।

ତେବେ ଗତ ମାସରେ ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ କେବଳ ତୁର୍କୀ ୧୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଛି । ମିଳିତ ଜାତିସଂଘ ମଙ୍ଗଳବାର ଏହି ସୂଚନା ଦେଇଛି।

Get real time updates directly on you device, subscribe now.