fbpx

ବିର୍ଲା ଟାୟାର୍ସ କିଣିବା ପାଇଁ ଏକାଧିକ କମ୍ପାନିର ଲାଗିଛି ଧାଡି, ଜାଣନ୍ତୁ କିଏ କିଏ ଅଛନ୍ତି ପ୍ରତିଯୋଗିତାରେ

ଭୁବନେଶ୍ୱର: ବିର୍ଲା ଟାୟାର୍ସ ଋଣ ପରିଶୋଧ କରି ପାରୁନଥିବାରୁ ବର୍ତ୍ତମାନ ତାହା ବିକ୍ରି ହେଉଛି । ଏହାକୁ କିଣିବା ପାଇଁ ଏକାଧିକ କଂପାନିର ଆଗ୍ରହ ଦେଖାଦେଇଛି । ସିଏଟ୍, ଇଣ୍ଡିଆ ରିସର୍ଜେଣ୍ଟ ଫଣ୍ଡ, ଜିନ୍ଦଲ ପାୱାର, ଡାଲମିଆ ଭାରତ ରିଫ୍ରାକ୍ଟରିଜ୍ ଓ ଏମସିପିଆଇ ଭଳି ସଂସ୍ଥା ଏହାକୁ କିଣିବା ଲାଗି ବିଡ୍ ଦାଖଲ କରିଛନ୍ତି । ଏନେଇ କିଛି ପ୍ରାଇଭେଟ୍ ଇକ୍ୱିଟି ଓ ସଂପତ୍ତି ପରିଚାଳନା ସଂସ୍ଥା ମଧ୍ୟ ବିର୍ଲା ଟାୟାର୍ସକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ଜିନ୍ଦଲ ପଲି ଫିଲ୍ମସ୍, ଫାଲକନ୍ ମେରାଇନ, ହିମାଦ୍ରୀ କେମିକାଲସ, ୟୁନାଇଟେଡ୍ ବାୟୋଟେକ୍, ଓଡିଶା ମେଟାଲିକ୍ସ ଓ ଡିଡି ଷ୍ଟିଲ୍ ଆଣ୍ଡ ପାୱାର ମଧ୍ୟ ଇଓଆଇ ଦାଖଲ କରିଛନ୍ତି ।

ବିର୍ଲା ଟାୟାର୍ସ ପାଖରେ ଥିବା ୧୮୧ ଏକର ଫ୍ରି ହୋଲ୍ଡ ଜମି ଥିବାରୁ ଅନେକ କଂପାନୀ ଏହାକୁ କିଣିବା ଲାଗି ଉତ୍ସାହ ପ୍ରକାଶ କରିଛନ୍ତି । ବିର୍ଲା ଟାୟାର୍ସକୁ କେରୋସେମ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ପ୍ରତିଷ୍ଠା କରାଯାଇଥିଲା । କଂପାନୀର ଉତ୍ପାଦନ କାରଖାନା ବାଲେଶ୍ୱର ଠାରେ ଅବସ୍ଥିତ । କିନ୍ତୁ ଦୁଇ ବର୍ଷ ହେଲାଣି କାରଖାନାରେ ଉତ୍ପାଦନ ବନ୍ଦ ରହିଛି ।

କାର୍ ପାଇଁ ରାଡିଆଲ ଟାୟାର୍ସର ଉତ୍ପାଦନ କରିବା ନିମନ୍ତେ ବାଲେଶ୍ୱର କାରାଖାନ ନିକଟରେ ଅନ୍ୟ ଏକ କାରଖାନା ସ୍ଥାପନ କରାଯାଉଛି । ବିର୍ଲା ଟାୟାର୍ସ ଉପରେ ବିଭିନ୍ନ ବ୍ୟାଙ୍କର ୧୧୨୮ କୋଟି ଟଙ୍କା ବାକି ରହିଛି । କଂପାନି ଡିବିଏସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଓ ୟେସ୍ ବ୍ୟାଙ୍କ ଆଦିରୁ ଋଣ ନେଇଥିଲେ ।

Get real time updates directly on you device, subscribe now.