fbpx

ଭାରତରେ ସକାଳୁ ସକାଳୁ ଭୂକମ୍ପ ଝଟକା: ଜାଣନ୍ତୁ କେଉଁଠି ଓ କେତେ ଥିଲା ତୀବ୍ରତା ?

AAKASH

ନୂଆଦିଲ୍ଲୀ: ଭାରତରେ ପୁଣି ଥରେ ଭୂକମ୍ପ ଟଝକା । ଆଜି ସକାଳେ ଜାମ୍ମୁ କାଶ୍ମୀରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଆଜି ଅର୍ଥାତ୍ ମଙ୍ଗଳବାର ସକାଳ ୮.୫୩ ରେ ଜାମ୍ମୁ କାଶ୍ମୀରର କିଶ୍ଟୱାଡରେ ଲୋକମାନେ ଭୂକମ୍ପର କମ୍ପନ ଅନୁଭବ କରିଛନ୍ତି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ମାପ କରାଯାଇଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ଆହତଙ୍କ ଖବର ମିଳିନାହିଁ । ତେବେ ଭୂକମ୍ପରେ ଲୋକମାନେ ଭୟଭୀତ ହୋଇ ନିଜ ଘରୁ ଦୌଡି ପଳାଇଥିବାର ଦେଖିବାକୁ ମିଳିଥିଲା ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ କିଶ୍ଟୱାଡ ବୋଲି କୁହାଯାଉଛି । ଏହି ଭୂକମ୍ପର ଗଭୀରତା ୫ କିଲୋମିଟର ବୋଲି ମାପ କରାଯାଇଛି । କେବଳ ଏତିକି ନୁହେଁ, ଚୀନର ଜିଜଙ୍ଗ ପ୍ରଦେଶରେ ମଧ୍ୟ ସକାଳ ସାତଟାରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା । ସେହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ରେ ମାପ କରାଯାଇଥିଲା ।

କହିବାକୁ ଗଲେ ସୋମବାର ସନ୍ଧ୍ୟାରେ ଆସାମରେ ୩.୬ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ୭.୧୨ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ଭୂକମ୍ପ ବ୍ରହ୍ମପୁତ୍ରର ଦକ୍ଷିଣ କୂଳରେ ଥିବା ପୂର୍ବ କାର୍ବି ଆଙ୍ଗେ୍ଲାଙ୍ଗ ଜିଲ୍ଲାର ଭୂମିଠାରୁ ୨୩ କିଲୋମିଟର ତଳେ ଥିଲା ।

Get real time updates directly on you device, subscribe now.