(Video) Earthquake: ସକାଳୁ ସକାଳୁ ଭୟଙ୍କର ଭୂକମ୍ପ, 6.2 ତୀବ୍ରତାରେ ଥରିଲା ମାଟି

ଚିଲିରେ ବଡ ଧରଣର ଭୂମିକମ୍ପ । ଥରିଉଠିଲା ଘର ।

ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଭୂକମ୍ପରେ ଥରିଲା ଚିଲିର କାଲାମା ନିକଟ ଆଣ୍ଟୋଫାଗାସ୍ତା ଅଞ୍ଚଳ । ଶକ୍ତିଶାଳୀ ଝଟକାରେ ଥରିଉଠିଲା ମାଟି । ଭୂକମ୍ପର ତୀବ୍ରତା 6.2 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ଏହି ଭୂକମ୍ପ ବିଷୟରେ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ସୂଚନା ଦେଇଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭୂ କେନ୍ଦ୍ରସ୍ଥଳ 84 କିଲୋମିଟର ଉତ୍ତର-ପଶ୍ଚିମ ଏବଂ ପୃଥିବୀ ପୃଷ୍ଠରୁ 104 କିଲୋମିଟର ଗଭୀରରେ ଥିଲା । ତେବେ ଏତେ ବଡ ଭୂକମ୍ପ ହୋଇଥିଲେ ହେଁ ବର୍ତ୍ତଜମାନ ସୁଦ୍ଧା ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ । ବିଶେଷ କ୍ଷୟକ୍ଷତି ନେଇ ମଧ୍ୟ ତଥ୍ୟ ମିଳିପାରି ନାହିଁ ।

ତେବେ ଚିଲିରେ ଅନୁଭୂତ ହୋଇଥିବା ଭୂକମ୍ପ ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । 6.1 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପ୍ରତ୍ୟେକ ଘରେ କିପରି କମ୍ପିତ ହୋଇଛି ତାହା ସ୍ପଷ୍ଟ ଭାବରେ ଦେଖାଯାଇପାରେ। ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଭୂକମ୍ପ ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । କିଛି ଘରର କାନ୍ଥ ଫାଟି ଯାଇଥିବା ନେଇ ମଧ୍ୟ ଦେଖାଯାଇଛି ।