୬.୧ ତୀବ୍ରତାରେ ଥରିଲା ମାଟି.. ଦୋହଲିଲା ଘର, ଛାନିଆ ହୋଇ ବାହାରକୁ ଦୌଡିଲେ ଲୋକେ
୬.୧ ତୀବ୍ରତାରେ ଥରିଲା ଇଣ୍ଡୋନେସିଆ । ନାହିଁ କ୍ଷୟକ୍ଷତି ସୂଚନା ।
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଚର ସ୍କେଲରେ ତୀବ୍ରତା 6.1 ରେକର୍ଡ କରାଯାଇଛି । ଆଜି ସକାଳ 6ଟା 55 ମିନିଟରେ ଏହି ଭୂକମ୍ପ ହୋଇଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ସୁଲାଓ୍ବେସିରେ ରହିଥିବା ବେଳେ ଗଭୀରତା 10 କିଲୋମିଟର ରହିଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସିପାରି ନାହିଁ ।
ଅନ୍ୟପଟେ ସୁନାମୀ ବିପଦ ନଥିବା କଥା ମଧ୍ୟ କୁହାଯାଇଛି । ଇଣ୍ଡୋନେସିଆ ‘ରିଙ୍ଗ୍ ଅଫ୍ ଫାୟାର’ ନାମକ ଏକ ସ୍ଥାନରେ ଅବସ୍ଥିତ । ଏଠାରେ ପୃଥିବୀର ଅନେକ ଟେକ୍ଟୋନିକ୍ ପ୍ଲେଟ୍ ମିଳିତ ହେବା କାରଣରୁ, ଏହି ଅଞ୍ଚଳକୁ ଭୂମିକମ୍ପ ଏବଂ ଜ୍ୱାଳାମୁଖୀ ପାଇଁ ଜଣାଯାଏ ।
ତେବେ ଏହା ପ୍ରଥମ କଥା ନୁହେଁ ପୂର୍ବରୁ ମଧ୍ୟ ଏଠାରେ ଅନେକ ଥର ଭୂକମ୍ପ ହୋଇଛି । ଶହଶହ ଲୋକଙ୍କ ଜୀବନ ମଧ୍ୟ ଯାଇଛି ।
ଜାନୁଆରୀ ୨୦୨୧ରେ ସୁଲାୱେସିରେ ହୋଇଥିବା ୬.୨ ତୀବ୍ରତାର ଭୂମିକମ୍ପରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ୨୦୧୮ ମସିହାରେ ସୁଲାୱେସିର ପାଲୁରେ ଭୂକମ୍ପ ଯୋଗୁଁ 2 ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିଲା ।