fbpx
BJD
BJD SKY
BJD SKY

ତୁର୍କୀ ପରେ ଜାମ୍ମୁ-କାଶ୍ମୀରକୁ ଥରାଇଲା ଭୁକମ୍ପ, ଜାଣନ୍ତୁ କେତେ ପରିମାଣରେ ଦେଇଛି ଝଟକା

BJD

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ କତରାରେ ଆଜି ସକାଳୁ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ନେସନାଲ ସୀସ୍ମୋଲୋଜି ସୂଚନା ଦେଇଛି ଯେ, ଆଜି ସକାଳ ୫.୧ରେ ଜାମ୍ମୁ-କାଶ୍ମୀରରେ ମ୍କମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସ୍କେଲରେ ୩.୬ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି । ଭୂକମ୍ପର ଗଭୀରତାର କେନ୍ଦ୍ରସ୍ଥଳ ଭୂମି ଭିତରେ ୧୦ କିଲୋମିଟର ରେକର୍ଡ କରାଯାଇଛି ।

ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏକ ଟ୍ୱିଟ କରି କହିଛି ଯେ, ରିକ୍ଟର ସ୍କେଲରେ ଭୁକମ୍ପର ତିବ୍ରତା: ୩.୬, ୧୭-୦୨-୨୦୨୩ ରେ ଏକ ଭୂକମ୍ପ ଆସିଛି । ଭାରତୀୟ ସମୟ ଅନୁସାରେ ୦୫;୦୧;୪୯ରେ ଘଟିଛି, ୩୩.୧୦ ଦ୍ରାଘିମା; ୭୫,୯୭, ଭୁକମ୍ପର ଗଭୀରତା: ୧୦କିମି, ସ୍ଥାନ: ଜାମ୍ମୁ କାଶ୍ମୀରର ୯୭ କିମି ପୂର୍ବ କତରାରେ ହୋଇଛି ।

ଉଲ୍ଲେଖନୀୟ ଯେ, ଜାମ୍ମୁ-କାଶ୍ମୀରର କତରାରେ ମାଆ ବୈଷ୍ଣୋଦେବୀଙ୍କ ପବିତ୍ର ମନ୍ଦିର ରହିଛି । ଯେଉଁଠାରେ ପ୍ରତିବର୍ଷ ବହୁ ପରିମାଣରେ ଲୋକ ମାଆ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି । ତେବେ ଏହି ମନ୍ଦିରଟି ରିୟାସୀ ଜିଲ୍ଲାର କତରାର ତ୍ରିକୁଟା ପର୍ବତର ଚୋଟିରେ ଅବସ୍ଥିତ । ତେବେ ଏହି ଭୂକମ୍ପରେ କାହାରି କିଛି କ୍ଷତି ନହୋଇଥିବା କଥା ବର୍ତ୍ତମାନ ପର୍ଯ୍ୟନ୍ତୁ ଜଣା ପଡ଼ିନାହିଁ ।

Get real time updates directly on you device, subscribe now.