fbpx

ଭୂକମ୍ପରେ ଥରିଲା ପାକିସ୍ତାନ: ଦିଲ୍ଲୀରେ ବି ଅନୁଭୂତ, ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ: ପାକିସ୍ତାନରେ ବଡ ଧରଣର ଭୂକମ୍ପ । ଦ୍ବିପହରରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାକିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା 5.8 ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ତେବେ ପାକିସ୍ତାନରେ ଭୂକମ୍ପ ହୋଇଥିଲେ ହେଁ ଏହାର ପ୍ରଭାବ ଉତ୍ତର ଭାରତର କେତେକ ସ୍ଥାନରେ ଅନୁଭୂତ ହୋଇଥିଲା ।

ବିଶେଷକରି ନୂଆଦିଲ୍ଲୀରେ ଲୋକେ ଭୂକମ୍ପରୁ ଅନୁଭୂତ କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜମ୍ମୁକାଶ୍ମୀର, ହରିୟାଣା ଏବଂ ପଞ୍ଜାବରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି । ତେବେ ପାକିସ୍ତାନରେ ହୋଇଥିବା ଭୂକମ୍ପର ଗଭୀରତା 33 କିଲୋମିଟର ରହିଥିଲା । ସେହିପରି ଅକ୍ଷାଂଶ 31.25 ରହିଥିବା ବେଳେ ଦ୍ରାଘିମା 70.52 ରହିଥିଲା । ଭୂକମ୍ପ ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି  । ପ୍ରକାଶଥାଉକି, ଗତ କିଛି ଦିନ ପୂର୍ବରୁ ନୂଆଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଥିଲା । ସେହି ସମୟରେ ମଧ୍ୟ ପାକିସ୍ତାନରେ ଭୂକମ୍ପ ହୋଇଥିବା ବେଳେ ନୂଆଦିଲ୍ଲୀରେ ଅନୁଭୂତ ହୋଇଥିଲା । ସେତେବେଳେ ମଧ୍ୟ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.7 ରେକର୍ଡ କରାଯାଇଥିଲା । ତେବେ ଭୂକମ୍ପର ପ୍ରଭାବ ନୂଆଦିଲ୍ଲୀରେ ଅନୁଭୂତ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ଘରେ ପଙ୍ଖା ମଧ୍ୟ ହୋହଲୁଥିବା ଦେଖାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.