ଭୟଙ୍କର ଭୂମିକମ୍ପରେ ଦୋହଲିଲା ରୁଷ, ୪୫ ମିନିଟରେ ୪ଟି ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ରୁଷରେ ଭୂମିକମ୍ପ ଝଟକା, ଜାଣନ୍ତୁ କେତେ ରହିଛି ତୀବ୍ରତା

ନୂଆଦିଲ୍ଲୀ: ରୁଷ ଆଜି ଭୟଙ୍କର ଭୂମିକମ୍ପରେ ଦୋହଲିଛି। ୧୨ଟାରୁ ୧ଟା ମଧ୍ୟରେ ଭିତରେ ୪ଥର ଭୂମିକମ୍ପ ଘଟିଛି। ଏହାର ତୀବ୍ରତା ୬ରୁ ୭ ମଧ୍ୟରେ ରହିଛି। ଗୋଟିଏ ପରେ ଗୋଟିଏ ୪ଥର ଭୂମିକମ୍ପ ଯୋଗୁଁ ପ୍ରଶାନ୍ତ ମହାସାଗରରେ ସୁନାମୀ ଆସିବାର ଆଲର୍ଟ ଜାରି କରାଯାଇଛି।

ଭୂମିକମ୍ପର କେନ୍ଦ୍ରସ୍ଥଳ ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ସହରରୁ ୧୪୪ କିଲୋମିଟର ପୂର୍ବରେ ସମୁଦ୍ର ଭିତରେ ୨୦ କିଲୋମିଟର ଗଭୀରରେ ଥିଲା।

ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଏବଂ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ଭୂମିକମ୍ପକୁ ନିଶ୍ଚିତ କରିଛନ୍ତି। ପ୍ରଥମ ଭୂମିକମ୍ପ ଦିନ 12:19 ରେ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 7.4 ଥିଲା।

ଦ୍ୱିତୀୟ ଭୂମିକମ୍ପ ଦିନ 12:37 ରେ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 6.6 ଥିଲା। ତୃତୀୟ ଭୂମିକମ୍ପ ଦିନ 12:52 ରେ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 6.4 ଥିଲା ଏବଂ ଚତୁର୍ଥ ଭୂମିକମ୍ପ ଦିନ 12:56 ରେ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 6 ଥିଲା।