fbpx

ଜାମ୍ମୁ-କାଶ୍ମୀର ଠାରୁ ହିମାଚଳ ପର୍ଯ୍ୟନ୍ତ ଥରିଲା ପୃଥିବୀ, ଜାଣନ୍ତୁ କେତେ ଥିଲା ତୀବ୍ରତା

Advertisement

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଆଜି ଅପରାହ୍ନରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ମାପ କରାଯାଇଥିଲା। କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ, ଲୋକମାନେ ଭୟଭୀତ ହୋଇ ନିଜ ଘରୁ ବାହାରି ରାସ୍ତା ଓ ଖୋଲା ସ୍ଥାନକୁ ଦୌଡିଥିଲେ।

ଭୂକମ୍ପର କେନ୍ଦ୍ର ୭୧.୧୭ ଡିଗ୍ରୀ ପୂର୍ବ ଏବଂ ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳର ଉତ୍ତରରେ ୩୬.୬୪ ଡିଗ୍ରୀ ଥିଲା ଏବଂ ଭୂମିଠାରୁ ୨୨୦ କିଲୋମିଟର ଗଭୀରରେ ଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଛି ଯେ, ଆଫଗାନିସ୍ତାନର ଫୈଜାବାଦର ଦକ୍ଷିଣ-ପୂର୍ବରେ ପ୍ରାୟ ୧୦.୧୯ ପୂର୍ବାହ୍ନରେ ୫.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏହାର ପ୍ରଭାବ ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ଅନୁଭୂତ ହୋଇଛି।

Get real time updates directly on you device, subscribe now.