fbpx
BJD SKY
BJD SKY

ଭୂମିକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

BJD

ଶ୍ରୀନଗର: କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର କାରଗିଲ ଜେଲରେ ସୋମବାର ରାତି ୨.୩୫ ସୁଦ୍ଧା ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୫.୨ ମାପ କରାଯାଇଛି । ଭୂମିକମ୍ପର କେନ୍ଦ୍ର କାରଗିଲ ଠାରୁ ୧୪୮ କିମି ଉତ୍ତର-ପଶ୍ଚିମ ଆଡକୁ ଥିଲା । ଭୂମିକମ୍ପର ଗଭୀରତା ଭୂପୃଷ୍ଠ ଠାରୁ ୧୦ କିମି ତଳେ ଥିଲା ।

ନ୍ୟୁଜ ଏଜେନ୍ସି ପିଟିଆଇ ମୁତାବକ, ପୋଲିସ ତତ୍କାଳ କୌଣସି କ୍ଷୟକ୍ଷତି ହେବାର ସୂଚନା ଦେଇନାହାନ୍ତି । ଲଦାଖରେ ରବିବାର ରାତିରୁ ମଧ୍ୟବର୍ତ୍ତୀ ତୁଷାରପାତ ହୋଇଛି । ସ୍ଥାନୀୟ ମିଡିଆ ଅନୁଯାୟୀ, ଶ୍ରୀନଗରରେ ମଧ୍ୟ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି ।

ସୂଚନା ଅନୁଯାୟୀ, ଏହା ପୂର୍ବରୁ, ଶୁକ୍ରବାର ଦିନ ମଧ୍ୟ ଜାମ୍ମୁ କାଶ୍ମୀରର କିଛି ଅଞ୍ଚଳରେ ଭୁମକମ୍ପର ଝଟକା ଅନୁଭୁତ ହୋଇଥିଲା । ଏଠାରେ ୩,୯ ତୀବ୍ରତାର ଭୂମିକମ୍ପ ଆସିଥିଲା । ସେହିପରି ୧୩ ଫେବୃଆରୀରେ ମଧ୍ୟ ଜାମ୍ମୁ-କାଶ୍ମୀରର କିସ୍ତବାଡ ଜିଲ୍ଲାରେ ୩.୪ ତୀବ୍ରତାର ଭୂମିକମ୍ପ ସଂଧ୍ୟା ୬.୩୪ରେ ଆସିଥିଲା । ଯାହାର କେନ୍ଦ୍ର ଭୂମିରେ ୫କିମି ଗଭୀରତାରେ ଥିଲା ।

Get real time updates directly on you device, subscribe now.