fbpx

Big Breaking… ମାଟ୍ରିକ ପରୀକ୍ଷା ଚାପରେ ଆତ୍ମହତ୍ୟା! ହଷ୍ଟେଲରେ ଝୁଲିଗଲେ ଦଶମ ଶ୍ରେଣୀ ଛାତ୍ର

ବଲାଙ୍ଗୀର: ଆଜିଠୁ ସାରା ରାଜ୍ୟରେ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯାଇଛି । କିନ୍ତୁ ପରୀକ୍ଷା ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ପରୀକ୍ଷା ପୂର୍ବରୁ ହଷ୍ଟେଲରେ ଝୁଲି ଆତ୍ମହତ୍ୟା କରିଛନ୍ତି ଦଶମ ଶ୍ରେଣୀର ଜଣେ ଛାତ୍ର । କାମାକ୍ଷୀନଗର ବିଶ୍ୱାତ୍ମା ବିଦ୍ୟାଳୟ ହଷ୍ଟେଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସମ୍ପୃକ୍ତ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଞ୍ଜମୃତ୍ୟୁର କାରଣ କିଛି ଜଣା ପଡ଼ିନଥିଲେ ମଧ୍ୟ ପରୀକ୍ଷା ଚାପରେ ଛାତ୍ରଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ପରିବାର ଲୋକେ ଏହାକୁ ନେଇ ହତ୍ୟାର ରୂପ ଦେବା ସହ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତେବେ ସଦର ଥାନା ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Get real time updates directly on you device, subscribe now.