fbpx
BJD SKY
BJD SKY

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ବିଧାୟକଙ୍କୁ ହତ୍ୟା ଧମକକୁ ବିରୋଧ

BJD

ଭୁବନେଶ୍ୱର: ଆଜି କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ । କଣ୍ଟାବାଞ୍ଜିର ବିଧାୟକଙ୍କୁ ହତ୍ୟା କରାଯିବାର ଧମକକୁ ବିରୋଧ ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ନଗର କଂଗ୍ରେସ ପକ୍ଷରୁ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯିବ । ଏଥିପାଇଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଶିକ୍ଷାନୁଷ୍ଠାନ ସହ ଜରୁରୀ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜିର ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା କରାଯିବାର ଧମକପୂର୍ଣ୍ଣ ବ୍ୟାନର ଲାଗିଥିଲା । ତେବେ ଏହାକୁ ପ୍ରତିବାଦ କରି ଆଜି କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏଥିରେ ଶିକ୍ଷାନୁଷ୍ଠାନ ଏବଂ ଜରୁରୀ ସେବାକୁ ବାଦ୍ ଦିଆଯାଇଛି ।

୧୯ ଫେବୃଆରୀ ସକାଳୁ ସକାଳୁ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟର ବାହାରେ ଥିବା ଏକ ଦୋକାନରେ ବ୍ୟାନର ଲାଗିଥିଲା। ବ୍ୟାନର ଧଳା ରଙ୍ଗର ଥିବା ବେଳେ ଏଥିରେ ଲାଲ ଅକ୍ଷରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ହତ୍ୟା କରିବି ବୋଲି ଲେଖାଯାଇଥିଲା। ତେବେ ବ୍ୟାନରରେ ଜଣେ ଅଜଣା ଯୁବକଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା। କଣ୍ଟାବାଞ୍ଜି ପୁଲିସ ବ୍ୟାନର ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା।

Get real time updates directly on you device, subscribe now.