fbpx

ମଧ୍ୟପ୍ରଦେଶରେ ଭୂମିକମ୍ପର ତୀବ୍ରତା ୩.୯

ମଧ୍ୟପ୍ରଦେଶ ୧୧ା୪(ଓଡିଶା ଭାସ୍କର) : ଦେଶରେ ଆଜି କରୋନା ଟିକା ଉତ୍ସବ ପାଳନ କରାଯାଉ ଥିବା ବେଳ ମଧ୍ୟପ୍ରଦେଶରେ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ ଅନୁସାରେ ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା । ଜାତୀୟ ଭୂମିକମ୍ପ ବିଭାଗ ଅନୁସାରେ ମଧ୍ୟପ୍ରଦେଶର ଶହଡ଼ୋଲ ଅଂଚଳରେ ଭୂମିକମ୍ପ ଅନୁଭୂତ କରାଯାଇଛି । ଭୂମିକମ୍ପର ପ୍ରକୃତ କେନ୍ଦ୍ର ସ୍ଥଳି କେଉଁଠି ଥିଲା ତାହା ଏବେଯାଏ ସ୍ପଷ୍ଟ ହୋଇନାହିଁ । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ସୂଚନା ଅନୁସାରେ ଗତ କିଛିଦିନ ହେବ ପୂର୍ବ ଉତ୍ତର ଓ ଉତ୍ତର ଭାରତର କେତେକ ରାଜ୍ୟରେ ଭୂମିକମ୍ପ ଅନୁଭୂତ କରାଯାଇଛି । ଭୂମିକମ୍ପ ଅନୁଭୂତ ହୋଇଥିବା ରାଜ୍ୟଗୁଡ଼ିକ ଆସାମ, ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ ।

Get real time updates directly on you device, subscribe now.