fbpx

ତାଇୱାନରେ ୮୦ ରୁ ଅଧିକ ଥର ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ସୋମବାର ଅପରାହ୍ନ ୫ ଟାରୁ ୧୨ଟା ମଧ୍ୟରେ ତାଇୱାନର ପୂର୍ବ ଉପକୂଳରେ ୮୦ ରୁ ଅଧିକ ଭୂକମ୍ପ ଅନୁଭୂତ ହୋଇଛି। ଏଥିମଧ୍ୟରୁ ସର୍ବାଧିକ ତୀବ୍ରତା ୬.୩ ଏବଂ ୬ ରେ ରେକର୍ଡ କରାଯାଇଛି। ଭାରତୀୟ ସମୟ ଅନୁଯାୟୀ, ରାତି ପ୍ରାୟ ୧୨ ଟା ମଧ୍ୟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଘଟିଛି। ତାଇୱାନର ପାଣିପାଗ ବିଭାଗ କହିଛି ଯେ, ପୂର୍ବ କାଉଣ୍ଟି ହୁଆଲିଏନ୍‌ରେ ଭୂକମ୍ପର କେନ୍ଦ୍ର ୫.୫ କିଲୋମିଟର ତଳେ ଥିଲା।

ଭୂକମ୍ପ ଯୋଗୁଁ ହୁଆଲିଏନ୍ ଅଞ୍ଚଳରେ ଦୁଇଟି କୋଠା ଭାଙ୍ଗିଯାଇଛି। ସେଥିରୁ ଗୋଟିଏ କୋଠା ଭୁଶୁଡି ପଡିଥିବା ବେଳେ ଅନ୍ୟଟି ରାସ୍ତା ଆଡକୁ ଝୁଲି ପଡିଛି। ତାଇୱାନ ସହିତ ଜାପାନ, ଚୀନ୍ ଏବଂ ଫିଲିପାଇନ୍ସରେ ମଧ୍ୟ ହାଲୁକା କମ୍ପନ ଅନୁଭୂତ ହୋଇଥିଲା। ତେବେ ବର୍ତ୍ତମାନ କୌଣସି ମୃତଦେହର ଖବର ଆସିନାହିଁ। ସିଏନ୍ଏ ଫୋକସ୍ ତାଇୱାନ ଟ୍ୱିଟରରେ ପୋଷ୍ଟ କରି କହିଛି ଯେ ପୂର୍ବ ତାଇୱାନର ହୁଆଲିଏନ୍ କାଉଣ୍ଟିର ଶୋଫେଙ୍ଗ ଟାଉନସିପ୍ ରେ ୯ ମିନିଟରେ ସନ୍ଧ୍ୟା ୫:୦୮ ରୁ ୫:୧୭ ମଧ୍ୟରେ ପାଞ୍ଚଟି ଭୂକମ୍ପ ଘଟିଛି।

Get real time updates directly on you device, subscribe now.