fbpx

ଭାରତୀୟ ରେଲୱେରେ ଜବରଦସ୍ତ ନିଯୁକ୍ତି, ୧୦ମ ପାସ୍ କରିଥିଲେ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ରେଳବାଇରେ ଚାକିରି କରିବାକୁ ଚାହାଁନ୍ତି, ତେବେ ବିଳମ୍ବ ନକରି ତୁରନ୍ତ ଆବେଦନ କରନ୍ତୁ । କାରଣ ଭାରତୀୟ ରେଳବାଇରେ ଏକ ଜବରଦସ୍ତ ନିଯୁକ୍ତି ଆରମ୍ଭ ହୋଇଛି, ପୂର୍ବ ରେଳବାଇର ରେଳବାଇ ନିଯୁକ୍ତି ସେଲ୍ ୩୧୧୫ ଜଣ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ଘୋଷଣା କରିଛି । ପଦବୀ, ଯୋଗ୍ୟତା, ଚୟନ ପ୍ରକ୍ରିୟା, କିପରି ଆବେଦନ କରିବେ, ଏହି ସମ୍ବନ୍ଧରେ ଆସନ୍ତୁ ଜାଣିବା…

ଆଶାୟୀ ପ୍ରାର୍ଥୀମାନେ ଶେଷ ତାରିଖ ୨୬ ଅକ୍ଟୋବର ପୂର୍ବରୁ ଏଥିରେ ଆବେଦନ କରିପାରିବେ । ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ERର ସରକାରୀ ୱେବସାଇଟ୍ rrcer.comକୁ ଯିବାକୁ ପଡିବ ।

ଇଷ୍ଟର୍ନ ରେଲୱେର ଏହି ନିଯୁକ୍ତି ମାଧ୍ୟମରେ ଫିଟର, ଟର୍ନର, ମେସିନିଷ୍ଟ, ୱେଲଡର୍ (ଗ୍ୟାସ୍ ଏବଂ ଇଲେକ୍ଟ୍ରିକ୍), ଇଲେକ୍ଟ୍ରିସିଆନ୍, ପେଣ୍ଟର୍ (ଜି), କାର୍ପେଟର, ରେଫ୍ରିଜରେଟର ଏବଂ ଏସି ମେକାନିକ୍, ମେକାନିକ୍ (ଡିଜେଲ), ଇଲେକ୍ଟ୍ରୋନିକ୍ସ ମେକାନିକ୍ ଓ ମେକାନିକ୍ (ମୋଟର ଯାନ) ପଦବୀ ପୂରଣ କରାଯିବ ।

ଯୋଗ୍ୟତା :-
ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ ୧୦ମ ପାସ୍ ବା ସମକକ୍ଷ (୧୦+୨ପରୀକ୍ଷା ବ୍ୟବସ୍ଥା ଅଧୀନରେ) NCVT/SCVT ଦ୍ୱାରା ଜାରି ଅଧିସୂଚିତ ଟ୍ରେଣ୍ଡରେ ଜାତୀୟ ବାଣିଜ୍ୟ ପ୍ରମାଣପତ୍ର ଆବଶ୍ୟକ ।

ବୟସ ସୀମା :-

ବୟସ ସୀମା ବିଷୟରେ କହିବାକୁ ଗଲେ ପ୍ରାର୍ଥୀଙ୍କ ବୟସ ଅତି କମରେ ୧୫ ବର୍ଷ ହେବା ଉଚିତ୍ । ଏହା ସହ ସର୍ବାଧିକ ବୟସ ସୀମା ୨୪ ବର୍ଷ ରହିବା ଆବଶ୍ୟକ ।

ଏହିପରି କରାଯିବ ଚୟନ:-

ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆଇଟିଆଇରେ ହାରାହାରି ମାର୍କ ଆଧାରରେ ଡକ୍ୟୁମେଣ୍ଟ ଯାଞ୍ଚ (ଡିଭି) ପାଇଁ ପ୍ରାର୍ଥୀଙ୍କୁ ଡକାଯିବ । ଆବେଦନ ଶୁଳ୍କ ବିଷୟରେ କହିବାକୁ ଗଲେ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ ।

ଏପରି କରନ୍ତୁ ଆବେଦନ :-

-ପ୍ରଥମେ ERର ଅଫିସିଆଲ ୱେବସାରଇଟ rrcer.comକୁ ଯାଆନ୍ତୁ ।
-ବର୍ତ୍ତମାନ ଏଠାରେ ଆପଣ Link for filling up of Online application for Engagement of Act Apprentices for Training Slot in Eastern Railway Units, Notice No. RRC-ER/Act Apprentices /2022-23.’ ଏକ ଲିଙ୍କ୍ ମିଳିବ, ଏଥିରେ କ୍ଲିକ୍ କରନ୍ତୁ ।
-ଆବଶ୍ୟକ ବିବରଣୀ ପୁରଣ କରନ୍ତୁ ଏବଂ ସବମିଟ୍ କରନ୍ତୁ ।
-ନିଜର ଟ୍ରେଡ ବାଛିବାକୁ ପଡିବ ।
-ଅପସନ୍ ମିଳିବ, ସେଠାରେ ସବିଶେଷ ତଥ୍ୟ ପୂରଣ କରନ୍ତୁ ।
-ବର୍ତ୍ତମାନ ୟୁନିଟ୍ ସିଲେକ୍ଟ କରନ୍ତୁ ।
-ଡକ୍ୟୁମେଣ୍ଟ୍, ଫଟୋ ଏବଂ ସାଇନ୍ ଅପଲୋଡ୍ କରନ୍ତୁ ।

Get real time updates directly on you device, subscribe now.