fbpx

ଓଜନ କମାଇବାକୁ ଖାଆନ୍ତୁ ବାଦାମ, ଦେଖନ୍ତୁ ଚମତ୍କାର

ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଲୋକଙ୍କ ଓଜନ ବଢ଼ିବାରେ ଲାଗିଛି । ସଠିକ୍ ଖାଦ୍ୟ ସହିତ ନିୟମିତ ବ୍ୟାୟାମ କରି ଲୋକମାନେ ଓଜନ କମାଇବାରେ ଲାଗିଛନ୍ତି । ଯଦି ଆମେ ବାଦାମ ବିଷୟରେ କହିବା, ତେବେ ଶୀତଦିନେ ଏହାକୁ ଖାଇବାକୁ ବହୁତ ପସନ୍ଦ କରାଯାଏ । ଏହା ଏକ ସୁସ୍ଥ ସ୍ନାକ୍ସ ଭାବରେ ମଧ୍ୟ ବ୍ୟବହୃତ ହୁଏ । ଆପଣ ଏହାକୁ ଅନେକ ପ୍ରକାରରେ ଖାଇପାରିବେ । ଯେପରିକି ରୋଷ୍ଟ, ସିଝା, ସଲ୍ଟେଡ ଇତ୍ୟାଦି । କିନ୍ତୁ, ଆପଣ ଜାଣନ୍ତି କି ବାଦାମ ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିପାରିବ ? କିନ୍ତୁ, ଏହାକୁ ଅଳ୍ପ ପରିମାଣରେ ଖାଇବା ଉଚିତ୍ । ଅଧିକ ଚର୍ବି ଓ କ୍ୟାଲୋରୀ ଥିଲେ ମଧ୍ୟ ଓଜନ ହ୍ରାସ କରିବାରେ ଏହା ସହାୟକ ହୋଇପାରେ । ଓଜନ ହ୍ରାସ କରିବାରେ ବାଦାମ କ’ଣ ଉପକାରିତା ରହିଛି ଆସନ୍ତୁ ଜାଣିବା ।

ଅଧିକ ଚର୍ବି ଓ କ୍ୟାଲୋରୀ ଥିଲେ ବି ଓଜନ ହ୍ରାସ କରିବାରେ ଏହା ସହାୟକ ହୋଇପାରେ । ଆସନ୍ତୁ ଓଜନ ହ୍ରାସ କରିବାରେ ବାଦାମର ଉପକାରିତା ବିଷୟରେ ଜାଣିବା ।

ଓଜନ ହ୍ରାସ କରିବାରେ ବାଦାମର ଉପକାର

ହେଲ୍ଥଲାଇନ ଅନୁଯାୟୀ, ବାଦାମ ଅନେକ ଉପାୟରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । କେବଳ ଏତିକି ନୁହେଁ, ଏହା ମେଦବହୁଳତାର ଲୋ ରେଟ ସହିତ ମଧ୍ୟ ଲିଙ୍କ ରହିଛି । ଓଜନ ହ୍ରାସ ପାଇଁ ଏହାର ଉପକାରିତା ବିଷୟରେ ଜାଣନ୍ତୁ :

ଭୋକ ହ୍ରାସ କରେ : ବାଦାମରେ ଫାଇବର, ପ୍ରୋଟିନ୍ ଏବଂ ହେଲ୍ଦି ଫ୍ୟାଟ୍ସ ଥାଏ । ଏହାକୁ ଖାଇବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ ପେଟ ଭରି ରହିଥିବା ଅନୁଭବ କରୁ । ଯେଉଁ କାରଣରୁ ଭୋକ କମିଯାଏ ଏବଂ ଆମେ ଅସ୍ୱାସ୍ଥ୍ୟକର ଖାଦ୍ୟରୁ ରକ୍ଷା ପାଇଥାଉ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

କ୍ୟାଲୋରୀ ବୃଦ୍ଧି କରେ: ବାଦାମରେ ପ୍ରୋଟିନ୍, ମୋନୋସାଟୁରେଟେଡ୍ ଫ୍ୟାଟ୍ସ ଓ ଫାଇବର କଣ୍ଟେଣ୍ଟ ଥାଏ, ଯାହା ମେଟାବୋଲିଜିମ୍ ବୁଷ୍ଟ କରିଥାଏ । ଏହାସହ କ୍ୟାଲୋରୀ ଓ ଚର୍ବି କମାଇବାରେ ସାହାଯ୍ୟ କରିଥାଏ । ପ୍ରୋଟିନ୍ ପତଳା ମାଂସପେଶୀ ଗଠନରେ ସାହାଯ୍ୟ କରେ ଯାହା କ୍ୟାଲୋରୀ ଜାଳିବାରେ ସାହାଯ୍ୟ କରେ । ଫାଇବର ହଜମକୁ ମନ୍ଥର କରିଥାଏ, ଯାହା କ୍ୟାଲୋରୀ ଅବଶୋଷଣକୁ ହ୍ରାସ କରିଥାଏ ।

Get real time updates directly on you device, subscribe now.