ଅଳ୍ପ ଦିନରେ କମିବ ମୋଟାପଣ, ଖାଲି ପେଟରେ ପିଅନ୍ତୁ ଏହି ପାଣି
କ’ଣ ଆପଣ ବଢ଼ୁଥିବା ଓଜନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ଯଦି ହଁ ତେବେ ଆପଣଙ୍କୁ ଏକ୍ସରସାଇଜ ସହ ଡାଏଟ ପ୍ଲାନରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।
ଖରାପ ଲାଇଫ ଷ୍ଟାଇଲ, ଆବଶ୍ୟକତାରୁ ଅଧିକ ଟେନ୍ସନ୍, ନିଦ ନ ଆସିବା, ଭୁଲ ଡାଏଟ ପ୍ଲାନ ମୋଟାପଣର କାରଣ ହୋଇପାରେ। ହେଲେ କ’ଣ ଆପଣ ବଢ଼ୁଥିବା ଓଜନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ଯଦି ହଁ ତେବେ ଆପଣଙ୍କୁ ଏକ୍ସରସାଇଜ ସହ ଡାଏଟ ପ୍ଲାନରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।
ହେଲେ କ’ଣ ଆପଣ ଜାଣିଛନ୍ତି ଚିଆସିଡ୍ ଆପଣଙ୍କ ମୋଟାପଣଙ୍କୁ କମେଇବାର ସାହାର୍ଯ୍ୟ କରିବ। ଚିଆଚିଡ୍ରେ ଫାଇବର ଏବଂ ପ୍ରୋଟିନ୍ର ମାତ୍ରା ଭଲ ଅଛି। ଚିୟା ସିଡ୍ ଖାଇଲେ ଭୋକ ଜଲଦି ଲାଗେ ନାହିଁ। ପେଟ ଫୁଲ ଥିବା ଭଳି ଲାଗେ। ଯଦି ପ୍ରତି ଦିନ ଖାଲି ପେଟରେ ଚିଆସିଡ୍ ପାଣି ପିଇବେ ତେବେ ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବା ସହ ମୋଟାପଣ କମାଇବ।
ଏହା ଓଜନ କମାଇବା ସହ ହାଡ଼କୁ ମଧ୍ୟ ମଜବୁତ୍ କରିବ। ଚିଆସିଡ୍ ସହ ଖାଦ୍ୟ ଖାଇବା ସଠିକ୍ ରଖିଲେ ମୋଟାପଣ କମିବ। ଏହା ସହ ବାହାର ଖାଦ୍ୟ ନଖାଇବା ଏବଂ ପନିପରିବା ଯୁକ୍ତ ଖାଦ୍ୟ ଖାଇଲେ ଏହା ବେଶ ଉପକାରୀ ହେବ।
ଖାଲି ଏତିକି ନୁହେଁ ଆପଣ ଆପଣଙ୍କ ହେଲଦି ଡ୍ରିଙ୍କରେ ମଧ୍ୟ ଚିଆସିଡ୍ ମିଶେଇ ପିଇପାରିବେ। ଏହା ମଧ୍ୟ ଶରୀର ପାଇଁ ବେଶ ଉପକାରୀ ହୋଇପାରେ।
ଅଧ ଗ୍ଲାସ ପାଣିରେ ଚିୟା ସିଡ୍କୁ ପାଖାପାଖି ଏକ ଘଣ୍ଟା ପାଇଁ ଭିଜେଇ ଦିଅନ୍ତୁ। ଏହା ପରେ ଛାଣି ଦିଅନ୍ତୁ। ଅନ୍ୟ ଏକ ଗ୍ଲାସ ପାଣିରେ ଫୁଲି ଯାଇଥିବା ଚିଆସିଡ୍ ପକାନ୍ତୁ, ସ୍ୱାଦ ପାଇଁ ମହୁ, ଲେମ୍ବୁ ପକାଇ ଖାଲି ପେଟରେ ପିଅନ୍ତୁ। ଶରୀରର ମେଟାବୋଲିଜିମ୍ ବୃଦ୍ଧି କରିବା ପାଇଁ, ପ୍ରତିଦିନ ସକାଳେ ଖାଲି ପେଟରେ ଏହିପରି ଚିଆସିଡ୍ ଖାଇବା ଆରମ୍ଭ କରନ୍ତୁ।