fbpx
BSKY SKY
BSKY SKY

ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ଗୁଣ, ଭଲ ନିଦ ସହ ଦୃଷ୍ଟି ଶକ୍ତିକୁ ପ୍ରଖର କରିବାକୁ ଚାହୁଁଥିଲେ…

BSKY

ଓଡିଶା ଭାସ୍କର; ପରିବା ବା ଫଳ ମଧ୍ୟରେ ଅମୃତଭଣ୍ଡା ଏମିତି ଏକ ଜିନିଷ ଯେଉଁଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ଏହାକୁ ଆମେ କଞ୍ଚା ଏବଂ ପାଚିଲା ଅବସ୍ଥାରେ ଖାଇଥା’ନ୍ତି। କଞ୍ଚା ଅମୃତଭଣ୍ଡାକୁ ଆମେ ସିଝା କିମ୍ବା ଡାଲମାରେ ବ୍ୟବହାର କରି ଖାଇଥାନ୍ତି ସେହିପରି ପାଚିଲାକୁ ଆମେ ଫଳ ଭାବେ ଖାଇଥାନ୍ତି। ତେବେ ଏହାକୁ ନିୟମିତ ନିଜ ଖାଦ୍ୟରେ ବ୍ୟବହାର କଲେ ଆମକୁ ଅନେକ ସ୍ୱାସ୍ଥ୍ୟ ଉପକାରୀତା ମିଳିପାରିବ। ଅମୃତଭଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟର ଗୁଣ ଭରି ରହିଛି । ଏଥିରେ ଅନେକ ପୋଷକ ତତ୍ୱ ମଧ୍ୟ ଭରି ରହିଛି, ଯାହା ଶରୀର ପାଇଁ ବହୁତ୍ ଲାଭଦାୟକ ହୋଇଥାଏ ।

ସେହିପରି ପାଚିଲା ଅମୃତଭଣ୍ଡା ଏକ ଅତି ସାଧାରଣ ଫଳ ଯାହା ସାଧାରଣତଃ ଭଲ ହଜମ ପାଇଁ ଖିଆଯାଏ, ଯେଉଁ କାରଣରୁ ପେଟରେ କୌଣସି ସମସ୍ୟା ନଥାଏ। ଏହି ଫଳ ଖାଇବା ଦ୍ୱାରା ଶରୀର କୋଲାଇନ୍ ପାଇଥାଏ, ଯାହା ସାହାଯ୍ୟରେ ଆପଣ ଶାନ୍ତିପୂର୍ଣ୍ଣ ନିଦ ପାଇପାରିବେ। ଏଠାରେ କହି ରଖୁଛୁ ଯେ, ଶୋଇବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିଦ୍ରାର ଅଭାବ କିମ୍ବା ନିଦ୍ରାର ଗୁଣବତ୍ତା ଅନେକ ସମସ୍ୟା ସୃଷ୍ଟି କରିପାରେ, ଯେପରିକି ଲଘୁଚାପ, ଥକାପଣ, ଉତ୍ତେଜନା, କରୋନାରି ରୋଗ, ହୃଦରୋଗ ଆଶଙ୍କା ବଢିଯାଏ। ଏଣୁ ନିଦ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡାର ଅନ୍ୟାନ ଉପକାରୀତା ବିଷୟରେ ।

  • ଏହାକୁ ନିୟମିତ ନିଜ ଖାଦ୍ୟରେ ବ୍ୟବହାର କଲେ, ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ ।
  • ଓଜନକୁ ସନ୍ତୁଳିତ ରଖିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଅମୃତଭଣ୍ଡା ସାମିଲ କରିବା ଆବଶ୍ୟକ ।
  • ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଏହା ସାହାଯ୍ୟ କରେ ।
  • ପାଚନ କ୍ରିୟାକୁ ସକ୍ରିୟ କରିବାରେ ଏହା ବହୁତ୍ ଗୁରୁତ୍ୱପୂର୍ଣ୍ଣ ।
  • ଅମୃତଭଣ୍ଡା ଖାଇବା ଦ୍ୱାରା ଏହା କିଡ୍‌ନୀ ଉପରେ ଭଲ ପ୍ରଭାବ ପକାଇଥାଏ ।
  • ପ୍ରତିଦିନ ଏହାକୁ ଖାଇଲେ ଏହା ଆର୍ଥ୍ରାଇଟିସ୍ ରୋଗରୁ କେତେକାଂଶରେ ଉପଶମ ଦେଇଥାଏ ।

Get real time updates directly on you device, subscribe now.